Latest Odisha News

BREAKING NEWS

ଗଣମାଧ୍ୟମ ସଂସ୍ଥା ଲାଗି କେନ୍ଦ୍ରର ଏସଓପି ଜାରି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦିନ ଏସଓପି ଜାରି କରାଯାଇଛି ।

ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ କର୍ମ କ୍ଷେତ୍ରରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ, ପରସ୍ପର ମଧ୍ୟରେ ୬ ଫୁଟ୍ ଦୂରତା ଏବଂ ଫେସ୍ କଭର ବାଧ୍ୟତାମୂଳକ କରାଯାଇଛି ।

ଏନେଇ ଟ୍ୱିଟ୍ ଯୋଗେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ସୂଚନା ଦେଇଛନ୍ତି । ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ଗୃହ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଏଭଳି ଏସଓପିକୁ ଚୂଡାନ୍ତ କରାଯାଇଥିବା ନେଇ ସେ ପ୍ରକାଶ କରିଛନ୍ତି ।

ସେହିପରି ଟିଭି ଓ ଫିଲ୍ମ ସୁଟିଂ ପାଇଁ ମଧ୍ୟ ଏକ ବିସ୍ତୃତ ଗାଇଡଲାଇନ୍ ଜାରି କରାଯାଇଛି । ଏହାଛଡା ମାସ୍କ ଓ ସାନିଟାଇଜର ଉପରେ ଗୁରୁତ୍ୱାରୋପ କରାଯାଇଛି । ବିଭିନ୍ନ କାର୍ଯ୍ୟ କ୍ଷେତ୍ର ଏବଂ ସର୍ବସାଧାରଣ ସ୍ଥାନରେ ଫେସ୍ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମନୋରଞ୍ଜନ ଶିଳ୍ପ ପାଇଁ ଜାରି ହୋଇଥିବା ଏସଓପିରେ ସମସ୍ତ ବ୍ୟକ୍ତିଙ୍କୁ ଆରୋଗ୍ୟ ସେତୁ ଆପ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କ୍ୟାମେରା ଲୋକେସନ୍‌, ରେକର୍ଡିଂ ଷ୍ଟୁଡିଓ ସମେତ ଏଡିଟିଂ ଆଦି ରୁମରେ ପରସ୍ପର ମଧ୍ୟରେ ଦୂରତା ବଜାୟ ରଖିବାକୁ ଏସଓପିରେ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.