Latest Odisha News

ଓଡ଼ିଶା ହେବ ଆଇଟି ହବ୍: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା । ଆସନ୍ତା ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍‌ରେ ପରିଣତ କରାଯିବ । ସେମିକଣ୍ତକ୍ଟର, ଏଆଇ କ୍ଷେତ୍ର ପାଇଁ ଯୁବକ ଏବଂ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ତେବେ ଆଇଟି ହବ ନେଇ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ନେଇ ଗୁରୁବାର ୧୮ତମ ପ୍ରବାସୀ ଭାରତୀୟ ଦିବସ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ‘କେନ୍ଦ୍ର ଏବଂ ରାଜ୍ୟ ସରକାର ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟାର ଏକ ବଡ଼ ହବ୍‌ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ଆମେ ଦୁଇ ତିନି ମାସ ଭିତରେ ଏହି ସମ୍ପର୍କରେ ପ୍ରକ୍ରିୟା ଆରମ୍ଭ କରିବୁ’

ଅନ୍ୟପଟେ, ଓଡ଼ିଶାରେ ରେଳବାଇ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ପୁଙ୍ଖାନୁପୁଙ୍ଖ ଭାବେ ପ୍ରକଳ୍ପଗୁଡ଼ିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ବିଜେପି ସରକାର ଆସିବା ପରେ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଥିଲା । ସେଥି ମଧ୍ୟରୁ କେତେଗୁଡିଏ ପ୍ରକଳ୍ପର କାମ ଆରମ୍ଭ ହୋଇଛି, ଆଉ କିଛି ନୂଆ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଖୁବଶୀଘ୍ର ସେଗୁଡ଼ିକର କାର୍ଯ୍ୟ ଆରମ୍ଭ ହେବ ।

Leave A Reply

Your email address will not be published.