Latest Odisha News

BREAKING NEWS

କେରଳରେ ୯୦୦ ଡାକ୍ତରଙ୍କ ଇସ୍ତଫା

ଥିରୁଅନନ୍ତପୁରମ: କୋଭିଡ କେନ୍ଦ୍ରରେ ନିୟୋଜିତ ହୋଇଥିବା ୯୦୦ ଡାକ୍ତର ଗୁରୁବାର ଇସ୍ତଫା ଦେଇଛନ୍ତି । ଯାହା କି ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି । କେରଳ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବାରୁ ପାଖାପାଖି ୯୦୦ ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଛନ୍ତି । ଏହି ଡାକ୍ତରମାନଙ୍କୁ କୋଭିଡ କେୟାର କେନ୍ଦ୍ରରେ ନିଯୁକ୍ତି ମିଳିଥିଲା । ଏମାନେ ଚଳିତବର୍ଷ ସରକାରୀ ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷାରେ ସ୍ନାତକ ହାସଲ କରିଥିଲେ । ସଦ୍ୟ ସ୍ନାତକ ହାସଲ କରିଥିବା ୧୦୮୦ ଜଣ ଡାକ୍ତରୀ ଛାତ୍ର କୋଭିଡ କେୟାର କେନ୍ଦ୍ରରେ ଅସ୍ଥାୟୀ ରୂପେ ନିଯୁକ୍ତି ପାଇଥିଲେ ।

ସେମାନଙ୍କୁ ମାସିକ ୪୨,୦୦୦ ଟଙ୍କା ଦରମା ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ସେମାନଙ୍କୁ ମାତ୍ର ୨୭,୦୦୦ ଚଙ୍କା ମାସିକ  ଦରମା ଦିଆଯାଇଛି । ଏ ନେଇ ସେମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ମିଳିତ ଭାବେ ୮୭୦ ଜଣ ଡାକ୍ତର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେମାନେ କେରଳ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ନିଜ ଇସ୍ତଫା ସମ୍ପର୍କରେ ଅବଗତ କରାଇଛନ୍ତି । ସେମାନଙ୍କ ୪୨,୦୦୦ ଟଙ୍କା ଦରମାରୁ ୮,୪୦୦ ଟଙ୍କା କେବଳ ସରକାରୀ ଦରମା ଚାଲେଞ୍ଜ ନାମରେ କଟାଯାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.