Latest Odisha News

BREAKING NEWS

କରୋନା ମୁକାବିଲା ଚିନ୍ତା: ଏସବୁ ରାଜ୍ୟକୁ ସ୍ୱତନ୍ତ୍ର ଟିମ୍ ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି କରୋନା । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ ଭଳି ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୁକାବିଲା ପାଇଁ କେନ୍ଦ୍ର ସରକାର ଉତ୍ତରପ୍ରଦେଶ, ପଞ୍ଜାବ ଓ ହିମାଚଳପ୍ରଦେଶକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ପଠାଇଛନ୍ତି । ଏସବୁ ରାଜ୍ୟରେ ବଢୁଛି ପଜିଟିଭ୍ କେସ୍ ।

ଶୀତ ଦିନ ହୋଇଥିବାରୁ ଥଣ୍ଡା ବଢ଼ିବ । ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । କରୋନା ମୁକାବିଲା ପାଇଁ ଟେଷ୍ଟିଂ କ୍ଷମତା ବୃଦ୍ଧି ସହ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ୍ ଅଧିକ ସଂକ୍ରମିତ ଜିଲ୍ଲା ଗସ୍ତ କରିବେ ।

ବିଶେଷଜ୍ଞ ଟିମ୍ କଣ୍ଟେନମେଣ୍ଟ ଜୋନକୁ ଅଧିକ କଡ଼ାକଡ଼ି କରିବା, ଟେଷ୍ଟିଂ ବୃଦ୍ଧି, ରଣନୀତି ଅନୁସାରେ କୋଭିଡ୍ ନମୁନା ପରୀକ୍ଷା ଏବଂ ପଜିଟିଭ୍ ସଂକ୍ରମିତଙ୍କ ଚିକିତ୍ସା ଉପରେ ପରାମର୍ଶ ଦେବେ । ପୂର୍ବରୁ କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ହରିୟାଣା, ରାଜସ୍ଥାନ, ଗୁଜରାଟ ଓ ମଣିପୁରକୁ ବିଶେଷଜ୍ଞ ଟିମ୍ ପଠାଇଥିଲେ ।

Leave A Reply

Your email address will not be published.