Latest Odisha News

BREAKING NEWS

କେନ୍ଦ୍ର ନେଉ ଓଡ଼ିଶାର କୋଭିଡ-୧୯ ଦାୟିତ୍ୱ: ସୁରେଶ ପୂଜାରୀ

ନୂଆଦିଲ୍ଲୀ: ଓଡ଼ିଶାରେ କରୋନା ସ୍ଥିତି ନେଇ ଲୋକସଭାରେ ସମାଲୋଚନା କଲେ ସାଂସଦ ସୁରେଶ ପୂଜାରୀ । ରବିବାର ଲୋକସଭା ଆଲୋଚନାରେ ଭାଗନେଇ ଓଡ଼ିଶାରେ ସ୍ୱାସ୍ଥ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ, ବିଗିଡି ଯାଇଛି ବୋଲି କହିଥିଲେ ସାଂସଦ ।

ୱାଶିଂଟନ୍ ୟୁନିର୍ଭସିଟିର ତଥ୍ୟ ଅନୁସାରେ ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶାରେ ୧୧ ହଜାର ମୃତ୍ୟୁ ଆଶଙ୍କା ରହିଛି । ଦିଲ୍ଲୀରେ ଯେପରି କେନ୍ଦ୍ର ସରକାର ଦାୟିତ୍ୱ ନେଇ ସ୍ଥିତି ସମ୍ଭାଳିଥିଲେ, ଓଡ଼ିଶାରେ ସେପରି ହେଉ ବୋଲି ସେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଓଡ଼ିଶା ସରକାର ଟେଷ୍ଟିଂ, ଟ୍ରେସିଂ, ଟ୍ରିଟମେଂଟରେ ପୁରା ବିଫଳ ହୋଇଛି । ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶାର କରୋନା ସ୍ଥିତି ସମ୍ଭାଳୁ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି ।

Leave A Reply

Your email address will not be published.