Latest Odisha News

BREAKING NEWS

ପଦ୍ମପୁର ପାଇଁ ପ୍ରସ୍ତୁତି ଆରମ୍ଭ, ସିଇଓଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନ ପାଇଁ ଆସନ୍ତା ୫ ତାରିଖରେ ଉପନିର୍ବାଚନ ହେବ । ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗତକାଲି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରସ୍ତୁତି ବୈଠକ କରିଥିଲେ । ଏହି ବୈଠକରେ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ । ବରଗଡ ଜିଲ୍ଲାପଳ, ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପଳ ଓ ଉପନିର୍ବାଚନ ସହିତ ଜଡିତ ବରିଷ୍ଠ ଅଧିକାରୀମାନେ ।

ନିର୍ବାଚନ ପରିଚାଳନା ଯୋଜନା ଖୁବଶୀଘ୍ର ପ୍ରସ୍ତୁତ କରାଯିବ ଏବଂ ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଓ ପୁଲିଂ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ସହ ସେମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ତାଲିମ ପ୍ରଦାନ କରିବା ସକାଶେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ । ସମସ୍ତ ବୁଥ ଗୁଡିକୁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଦର୍ଶନ କରି କାର୍ଯ୍ୟକ୍ଷମ କରାଇବେ । 

ବୁଥଗୁଡିକୁ ଯିବା ରାସ୍ତାରେ ଯଦି କୋଣସି ଅସୁବିଧା ଥାଏ, ସେଗୁଡିକୁ ତୁରନ୍ତ ମରାମତି କରାଯିବ । ଜିଲ୍ଲାପାଳ, ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି । ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାକୁ ଅପଡେଟ୍ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ବୈଠକରେ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ, ବରଗଡ ଆରକ୍ଷୀ ଅଧୀକ୍ଷକ, ଉପଜିଲ୍ଲାପାଳ ପଦ୍ମପୁର ସହ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଘମିତ୍ରା ଶତପଥୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ଦିବଙ୍ଗତ ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ଏହି ଆସନ ଖାଲି ପଡିଛି । 

 

 

 

 

 

Leave A Reply

Your email address will not be published.