Latest Odisha News

BREAKING NEWS

ନୀତୀଶ ତେଜସ୍ୱୀଙ୍କ ମଝିରେ ଖାଲି ପଡ଼ିଲା ଚେୟାର, ପଦୁଟିଏ ବି କଥା ହେଲେନି

ପାଟଣା: ବିହାରର ଶାସକ ଦଳ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍‌ ନାହିଁ। ଏକଥା ପୂର୍ବରୁ ଆକଳନ କରାଯାଉଥିଲା। ଯାହାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏକାଠି ସରକାର ଗଢ଼ିବା ପରେ ପ୍ରାୟତଃ ସବୁ ସମୟରେ ଏକାଠି ନଜର ଆସୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ କୁମାରଙ୍କ ଦୂରତା ଏବେ ସ୍ପଷ୍ଟ ଦେଖା ଦେଉଛି।

ପାଟଣାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ନୀତୀଶ କୁମାର ଓ ତେଜସ୍ୱୀଙ୍କ ମଧ୍ୟରେ ଥିବା ଦୂରତା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଉଭୟ ପାଖାପାଖି ବସି ନଥିବା ବେଳେ ଉଭୟଙ୍କ ମଧ୍ୟରେ ଏକ ଚେୟାର ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିସହ କାର୍ଯ୍ୟକ୍ରମ ଶେଷ ଯାଏ ରାଜ୍ୟର ଏହି ଦୁଇ ତୁଙ୍ଗ ନେତା ପରସ୍ପର ସହ କଥା ପଦେ ହୋଇଥିବା ଦେଖିବାକୁ ମିଳି ନ ଥିଲା।

ସେପଟେ ଚର୍ଚ୍ଚା ଏହା ମଧ୍ୟ ହେଉଛି ଯେ, ବିହାର ରାଜନୀତିରେ କିଛି ଗୋଟେ ବଡ଼ ପରିବର୍ତ୍ତନ ହେଇପାରେ। ଆଜି ଅପରାହ୍ନ ସୁଦ୍ଧା ନୀତୀଶ କୁମାର କିଛି ବଡ଼ ଘୋଷଣା କରି ପାରନ୍ତି। ଯାହାକୁ ନେଇ ପାଟଣାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇ ଯାଇଛି ଅଙ୍କ କଷା।

Leave A Reply

Your email address will not be published.