Latest Odisha News

ଚାମ୍ପିୟନ୍ସ ଟ୍ରଫିରେ ଖେଳୁଛନ୍ତି ୧୮ ଭାରତୀୟ !

ଦୁବାଇ: ଚାମ୍ପିୟନ୍ସ ଟ୍ରଫିରେ ଭାରତର ଏଥର ୧୮ ଖେଳାଳି ଖେଳୁଛନ୍ତି । ଅବଶ୍ୟ ଏହା ମଧ୍ୟରୁ ୩ଜଣ ଭାରତ ପକ୍ଷରୁ ଖେଳୁ ନାହାନ୍ତି । ସେମାନେ ଯଥାକ୍ରମେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ତରଫରୁ ଖେଳୁଛନ୍ତି । ଏମାନେ ଭାରତୀୟ ବଂଶୋଦ୍ଭବ ହେଲେ ମଧ୍ୟ ସେମାନଙ୍କ ପୂର୍ବପୁରୁଷ ବିଦେଶରେ ରହୁଛନ୍ତି । ଏହି ୩ ଜଣ ଖେଳାଳି ହେଲେ ରଚୀନ ରବିନ୍ଦ୍ର, କେଶବ ମହାରାଜା ଓ ତନଭୀର ସଂଘା । ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ରଚୀନ ଉଭୟ ବ୍ୟାଟ ଏବଂ ବଲରେ କମାଲ ଦେଖାଇ ସାରିଛନ୍ତି । ରଚୀନଙ୍କ ଜେଜେ ବାପା ଓ ମାଆ ବେଙ୍ଗାଲୁରରେ ରହନ୍ତି । ତାଙ୍କ ବାପା ରବି କ୍ରିଷ୍ଣାମୂର୍ତି ନ୍ୟୁଜିଲାଣ୍ଡ ଯିବା ପରେ ସେଠାରେ ରହି ଯାଇଥିଲେ । ସେ ଜଣେ କ୍ଲବସ୍ତରୀୟ କ୍ରିକେଟର ଥିଲେ । ରଚୀନ ୨୯ ଦିନିକିଆରେ ୯୭୦ ରନ କରିଛନ୍ତି ।

ଦକ୍ଷିଣ ଆଫ୍ରିକାର କେଶବ ମହାରାଜା ଏବେ ଦଳର ମୂଖ୍ୟ ବୋଲିଂ ଅସ୍ତ୍ର ସାଜିଛନ୍ତି । ତାଙ୍କ ପୂର୍ବଜ ଭାରତୀୟ ଥିଲେ । ସେମାନେ ଉତରପ୍ରଦେଶର ସୁଲତାନପୁରରେ ରହୁଥିଲେ । ୧୮୭୪ରେ ଦକ୍ଷିଣ ଆଫ୍ରିକା ଯିବା ପରେ ସେଠାରେ ରହି ଯାଇଥିଲେ । କେଶବ ୪୫ ଦିନିକିଆରେ ୫୫ ୱିକେଟ ନେଇ ସାରିଛନ୍ତି । ଅଷ୍ଟ୍ରେଲିଆ ଟିମ ପକ୍ଷରୁ ଏଥର ତନବୀର ଖେଳିବା ସୁଯୋଗ ପାଇଛନ୍ତି । ତାଙ୍କ ପିତା ଜୋଗା ସଂଘା ଜଳନ୍ଧରର ବାସିନ୍ଦା । ୧୯୯୭ରେ ସେ ଭାରତ ଛାଡିଥିଲେ । ସେଠାରେ ଟ୍ୟାକ୍ସି ଚଳାଇ ସେ ପରିବାର ଭରଣ ପୋଷଣ କରୁଥିଲେ । ସେ ମାତ୍ର ୩ଟି ଦିନିକିଆ ମ୍ୟାଚ ଖେଳିଛନ୍ତି ।

Comments are closed.