ଭୁବନେଶ୍ବର: ନୂଆ ଲାପଟପ୍ ବହୁତ ଭଲ କାମ କରେ । ନୂତନ ଅବସ୍ଥାରେ, ଆମେ ଏଥିରୁ ବହୁତ ଭଲ ବ୍ୟାଟେରୀ ବ୍ୟାକଅପ୍ ପାଇଥାଉ, କିନ୍ତୁ ଏହା ପୁରୁଣା ହେଲେ ବ୍ୟାଟେରୀ ଶୀଘ୍ର ଡ୍ରେନ୍ ହେବାକୁ ଆରମ୍ଭ କରେ । ଏକ ନୂଆ ଲାପଟପ୍ ସଂପୂର୍ଣ୍ଣ ଚାର୍ଜ ହେବା ପରେ ୪ ରୁ ୬ ଘଣ୍ଟା ବ୍ୟାଟେରୀ ବ୍ୟାକଅପ୍ ଦେଇଥାଏ । ସେହି ସମାନ ଲାପଟପ୍, ପୁରୁଣା ହେଲେ ମାତ୍ର ୧-୨ ଘଣ୍ଟାର ବ୍ୟାଟେରୀ ବ୍ୟାକଅପ୍ ଦେବା ଆରମ୍ଭ କରେ । ଯଦି ଆପଣ ମଧ୍ୟ ଏହି ସମସ୍ୟାକୁ ନେଇ ଚିନ୍ତିତ ତେବେ ଏହି ଟିପ୍ସ ଆପଣାନ୍ତୁ..
ଅନେକ କାରଣରୁ ଲାପଟପ୍ ବ୍ୟାଟେରୀର ଶୀଘ୍ର ଡ୍ରେନ ହୁଏ । ଏହା ଆଭ୍ୟନ୍ତରୀଣ ତ୍ରୁଟି କିମ୍ବା ସଫ୍ଟୱେର୍ କାରଣରୁ ହୋଇଥାଏ । ବେଳେବେଳେ ଏହା ଆମର ଭୁଲ୍ ବ୍ୟବହାର ଯୋଗୁଁ ମଧ୍ୟ ଶୀଘ୍ର ବ୍ୟାଟେରୀ ସରିଯାଇଥାଏ ।
ଲାପଟପ୍ ବ୍ୟବହାର କରିବା ସମୟରେ ସ୍କ୍ରିନ୍ ବ୍ରାଇଟନେସ୍ କମ୍ ରଖନ୍ତୁ। ଅନେକ ଜଣ ଲାପଟପ୍ ରେ ଫୁଲ୍ ବ୍ରାଇଟନେସ୍ ସହିତ କାମ କରନ୍ତି । ଏହି କାରଣରୁ ଲାପଟପ୍ ରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୁଏ । ଯଦି ଆପଣ ଲାପଟପ୍ ବ୍ୟାଟେରୀକୁ ଶୀଘ୍ର ଡ୍ରେନ ହେବାରୁ ରୋକିବାକୁ ଚାହୁଁଛନ୍ତି, ତେବେ ଆପଣ ବ୍ରାଇଟନେସକୁ ୪୦% ପାଖାପାଖି ରଖିବା ଉଚିତ୍ ।
ସେହିପରି ଆମେ ଧ୍ୟାନ ଦେଇ ନଥାଉ ଲାପଟପ୍ ର ବ୍ୟାକଗ୍ରାଉଣ୍ଡରେ ଅନେକ ଆପ୍ ଆକ୍ଟିଭ ଥାଏ । ଏହି ଆପଗୁଡ଼ିକ କ୍ରମାଗତ ଭାବରେ ଡିଭାଇସର ବ୍ୟାଟେରୀ ବ୍ୟବହାର କରେ ଏବଂ ଏହାଦ୍ବାରା ବ୍ୟାଟେରୀ ଶୀଘ୍ର ସରିଥାଏ । ଆପଣ ଟାସ୍କ ମ୍ୟାନେଜରକୁ ଯାଇ ନିଜର ଷ୍ଟାର୍ଟଅପ୍ ଆପ୍ସକୁ ଯାଆନ୍ତୁ ଓ ଅନାବଶ୍ୟକ ଆପ୍ ବନ୍ଦ କରି ଦିଅନ୍ତୁ ।
ବ୍ୟାଟେରୀ ଶୀଘ୍ର ଡ୍ରେନ ନହେବା ପାଇଁ, ପ୍ରତ୍ୟେକ ଲାପଟପ୍ ରେ ପାୱାର ସେଭିଙ୍ଗ୍ ମୋଡ୍ ପ୍ରଦାନ କରାଯାଇଥାଏ । ଆପଣ ଏହାକୁ ବ୍ୟାଟେରୀ ସଞ୍ଚୟ ପାଇଁ ବ୍ୟବହାର କରିପାରିବେ । ଏହି ମୋଡ୍ ଲାପଟପରେ ଅନାବଶ୍ୟକ ବ୍ୟାଟେରୀ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ଦୂର କରିଥାଏ । ଏଥିପାଇଁ ଆପଣଙ୍କୁ କଣ୍ଟ୍ରୋଲ୍ ପ୍ୟାନେଲ୍ କୁ ଯାଇ ପାୱାର୍ ଅପ୍ସନ୍ କୁ ଯିବାକୁ ପଡିବ । ଏଠାରେ ଆପଣଙ୍କୁ ବ୍ୟାଟେରୀ ସେଭର୍ ମୋଡ୍ ମିଳିଯିବ । ଏହାକୁ ଇନବେଲ୍ କରି ଦିଅନ୍ତୁ।
ଯଦି ଆପଣଙ୍କର ଲାପଟପ୍ ଅତ୍ୟଧିକ ଗରମ ହେଉଛି ତେବେ ଆପଣଙ୍କର ଡିଭାଇସର ବ୍ୟାଟେରୀ ଶୀଘ୍ର ସରିପାରେ । ତେଣୁ ଆପଣ ଲାପଟପ୍ କୁ ଅତ୍ୟଧିକ ଗରମରୁ ରକ୍ଷା କରିବା ଉଚିତ୍ । ଏଥିପାଇଁ ଆପଣ ଏକ ଭଲ କୁଲିଂ ପ୍ୟାଡ୍ କିଣିବା ଉଚିତ । ଖଟ ଉପରେ ରଖି ଲାପଟପ୍ ରେ କାମ କଲେ ଏହା ଗରମ ହୋଇଯାଇଥାଏ ।
Comments are closed.