Latest Odisha News

BREAKING NEWS

ଆଇସିଆଇସିଆଇ ବ୍ୟାଙ୍କ ଛାଡିଲେ ଚନ୍ଦା କୋଚ୍ଚର, ସନ୍ଦୀପ ବକ୍ସି ନୂଆ ସିଇଓ ନିଯୁକ୍ତ

ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚ୍ଚର ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।

ସୂଚନା ଅନୁଯାୟୀ ଚନ୍ଦା ଆଇସିଆଇସିଆଇ ବ୍ୟାଙ୍କ ସହିତ ଦୀର୍ଘ ୩୪ ବର୍ଷର ସମ୍ପର୍କ ଶେଷ ହୋଇଛି । ଏହି ସମୟ ମଧ୍ୟରେ ସେ ଅନେକ ବିବାଦ ଘେରରେ ମଧ୍ୟ ରହିଥିଲେ । ବର୍ତ୍ତମାନ ତାଙ୍କ ସ୍ଥାନରେ ସନ୍ଦୀପ ବକ୍ସିଙ୍କୁ ଏହି ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି ।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ଅନୁଯାୟୀ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକୋନ ଗ୍ରୁପକୁ ୨୦୧୨ରେ ଦିଆଯାଇଥିବା ୩,୨୫୦ କୋଟି ଟଙ୍କା ଋଣ ମାମଲା ମଧ୍ୟ ସାମିଲ । ଏହି ଋଣ ମୋଟ ୪୦ ହଜାର କୋଟି ମାମଲାର ଏକ ଅଂଶ, ଯାହାକୁ ଭିଡିଓକନ ଗ୍ରୁପ ଏସବିଆଇ ନେତୃତ୍ୱରେ ୨୦ଟି ବ୍ୟାଙ୍କରୁ ଏହି ୪୦ ହଜାର କୋଟି ଋଣ ନେଇଥିଲା ।

ଆହୁରି ମଧ୍ୟ ଭିଡିଓକୋନ ମୁଖ୍ୟ ବେଣୁଗୋପାଳ ଧୁତଙ୍କ ମାଲିକାନାରେ ଥିବା ନ୍ୟୁପାୱାର ରିନେୱେଲ ଏନର୍ଜିକୁ ଭିଡିଓକୋନ ପକ୍ଷରୁ ପ୍ରାୟ ୬୪ କୋଟି ଟଙ୍କା ଦିଆଯାଇଥିଲା । ୨୦୧୨ ରେ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ପାଇବାର ପାଖାପାଖି ୬ମାସ ପରେ ଧୁତ ଏହି କମ୍ପାନୀର ମାଲିକାନା ଦିପକ କୋଚ୍ଚର ଓ ତାଙ୍କର ଦୁଇ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲେ ।

ଚନ୍ଦା ଓ ତାଙ୍କ ପରିବାର ଉପରେ ଲାଗିଥିବା ଆର୍ଥିକ ଅନିୟମିତତା ଅଭିଯୋଗ ଯାଞ୍ଚ ଅନେକ ଏଜେନ୍ସି କରୁଛି । ଏହି ଚନ୍ଦା ଓ ଆଇସିଆଇସିଆଇ ବ୍ୟାଙ୍କ ସହ ଜଡିତ ମାମଲାକୁ ସେବି ବ୍ୟତିତ ଆରବିଆଇ ଓ କର୍ପୋରେଟ ମନ୍ତ୍ରଣାଳୟ ମଧ୍ୟ ଦେଖୁଛନ୍ତି । ଏହି ମାମଲାରେ ସିବିଆଇ ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚ୍ଚର ଓ ତାଙ୍କ ଦିଅରଙ୍କୁ ମଧ୍ୟ ଜେରା କରାଯାଇଛି । ଆଇସିଆଇସିଆଇ ବ୍ୟାଙ୍କର ବୋର୍ଡ ଭିସଲ ବ୍ଲୋଅର ଅରବିନ୍ଦ ଗୁପ୍ତାଙ୍କ ଅଭିଯୋଗ ପରେ ସିବିଆଇ ଏହି ମାମଲାର ସ୍ୱତନ୍ତ୍ର ଯାଞ୍ଚ କରିବାକୁ ଆଦେଶ ଦେଇଥିଲା ।

Leave A Reply

Your email address will not be published.