Latest Odisha News

BREAKING NEWS

ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: “ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପର ଜଳଧାରଣ କ୍ଷମତା କେତେ? ଆସନ୍ତାକାଲି ଏନେଇ ତଥ୍ୟ ରଖ” – ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଏକ ରିଟ୍ ପିଟିସନ୍ର ଶୁଣାଣି କରି ଆଜି କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ପୋଲାଭରମ୍ ପ୍ରକଳ୍ପ ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରି ନଥିବା ଦର୍ଶାଇ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଏନେଇ ଆନ୍ଧ୍ର ସରକାରଙ୍କୁ ସହଯୋଗ କରୁଥିବା ଓଡ଼ିଶା ପକ୍ଷରୁ କୁହାଯାଇଥିଲା । ଏହା ଗୋଦାବରୀ ଜଳ ବିବାଦ ଟ୍ରିବୁନାଲ୍ର ବିରୋଧାଚରଣ କରୁଥିବା ଓଡ଼ିଶା କହିଥିଲା । ପୋଲାଭରମ୍ ପ୍ରକଳ୍ପରେ ନିର୍ଦ୍ଧାରିତ ପରିମାଣଠାରୁ ୫୦ ଲକ୍ଷ କ୍ୟୁସେକ୍ ଜଳ ଅଧିକ ରହିଲେ ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ ଓ ଆନ୍ଧ୍ର ଉପରେ ଏହାର କଣସବୁ ପ୍ରଭାବ ପଡ଼ିବ, ସେନେଇ ଅଧ୍ୟୟନ ହୋଇଛି କି’ ନାହିଁ, ଏ ସଂପର୍କରେ ଜଣାଇବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେନ୍ଦ୍ର ସରକାର ଏହି ଅଧ୍ୟୟନ କରିନାହାନ୍ତି, ତେବେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏହା କରାଇ ଶୁକ୍ରବାର ରିପୋର୍ଟ ଦେବାକୁ ଅଦାଲତ କହିଛନ୍ତି ।

ଆଜି ଶୁଣାଣି ହୋଇଥିବା ପିଟିସନ୍ଟି ଏ ମାମଲାରେ ଓଡ଼ିଶା ପକ୍ଷରୁ ଆଗତ ତୃତୀୟ ପିଟିସନ୍ । ଜଷ୍ଟିୁସ୍ ମଦନ ବି. ଲୋକୁର୍ ଓ ଜଷ୍ଟିସ୍ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ । ଆସନ୍ତା ତିନି ସପ୍ତାହ ଭିତରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୋଲାଭରମ୍ ଜଳଧାରଣ କ୍ଷମତା ସଂପର୍କରେ ଆସନ୍ତାକାଲି ଜଣାଇବାକୁ କୁହାଯାଇଛି । ଗତ ଜୁନରେ ପୋଲାଭରମ୍ର ପରିବେଶ ଓ ଜଙ୍ଗଲ ମଞ୍ଜୁରି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖିଥିଲେ ।

Leave A Reply

Your email address will not be published.