Latest Odisha News

୬୦ ଛାତ୍ରୀଙ୍କ ଏମଏମଏସ୍ ଭାଇରାଲ, ଆତ୍ମହତ୍ୟା ଉଦ୍ୟମ କଲେ ୮ ଛାତ୍ରୀ

ଚଣ୍ଡିଗଡ଼: ପଞ୍ଜାବର ମୋହାଲୀ ସ୍ଥିତ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଅଭାବନୀୟ କାଣ୍ଡ। ଏଠାରେ ଜଣେ ଛାତ୍ରୀ ଅନ୍ୟ ଛାତ୍ରୀମାନଙ୍କର ସ୍ନାନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଛି। ଯେଉଁଥିପାଇଁ ଗତକାଲି ବିଳମ୍ବିତ ରାତିରେ ଚଣ୍ଡୀଗଡ଼ ୟୁନିଭର୍ସିଟିରେ ହଙ୍ଗାମା ହୋଇଥିବା ସୂଚନା ମିଳିଛି। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ ୟୁନିଭର୍ସିଟିର ଆଠ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେପଟେ କ୍ରୋଧରେ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ଦୁଇ ନମ୍ବର ଗେଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନେକ ଛାତ୍ର ଏଠାରେ ଏକତ୍ରିତ ହୋଇ ସ୍ଲୋଗାନ ଦେଇଛନ୍ତି।

ଘଟଣା ସମ୍ପର୍କରେ ପୋଲିସ ଜାଣିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରଦର୍ଶନକାରୀକୁ ନିୟନ୍ତ୍ରଣ କରିଥିଲା। ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରତିଶୃତି ଦେବା ପରେ ଛାତ୍ରମାନେ ଶାନ୍ତ ହୋଇଥିଲେ। ସୂଚନାନୁସାରେ, ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ସମସ୍ତ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଛାତ୍ରୀକୁ ଗିରଫ କରିଛି।

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଶନିବାର ରାତି ପ୍ରାୟ ୨.୩୦ରେ ଅନେକ ଛାତ୍ରଛାତ୍ରୀ ପହଞ୍ଚି ପ୍ରଦର୍ଶନ କରିଥିଲେ। ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ବାଳିକା ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଗାଧୋଇବା ସମୟରେ ୬୦ ଜଣ ଛାତ୍ରୀଙ୍କ ଭିଡିଓ ରେକୋର୍ଡିଂ କରିଛି। ଏହାପରେ ସମସ୍ତ ଭିଡିଓଗୁଡିକ ଜଣେ ଯୁବକକୁ ଇଣ୍ଟର୍ନେଟ ମାଧ୍ୟମରେ ପଠାଇଛି। ଉକ୍ତ ଯୁବକ ଜଣକ ସେହି ଭିଡିଓଗୁଡ଼ିକୁ ଇଣ୍ଟରନେଟରେ ଅପଲୋଡ୍ କରୁଥିଲା। ଯାହାକି ଭାଇରାଲ ହେବା ପରେ ହଷ୍ଟେଲର ସମସ୍ତ ଛାତ୍ରୀ ଦେଖିବାକୁ ପାଇଥିଲେ।

ଛାତ୍ରମାନେ ‘ଆମେ ନ୍ୟାୟ ଚାହୁଁଛୁ’ ସ୍ଲୋଗାନ ଦେଇ ବିଶ୍ୱବିଦ୍ୟାଳୟ ଗେଟ୍ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ସେପଟେ ଅଭିଯୁକ୍ତ ଛାତ୍ରୀକୁ ଚିହ୍ନଟ କରାଯାଇଛି। ହଷ୍ଟେଲରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଅଭିଯୁକ୍ତ ଛାତ୍ରୀକୁ ଅନ୍ୟ ସମସ୍ତ ଛାତ୍ରୀଙ୍କ ସମ୍ମୁଖରେ ପ୍ରଶ୍ନ କରିଛି। ପ୍ରଶାସନର ପଚରାଉଚୁରାରେ ଛାତ୍ରୀ ଜଣକ କହିଥିଲା ଯେ ସେ ଦୀର୍ଘ ଦିନ ଧରି ଅନ୍ୟ ଛାତ୍ରୀମାନଙ୍କ ଭିଡିଓ ପ୍ରସ୍ତୁତ କରୁଥିଲା। ସେ ଯେଉଁ ଯୁବକକୁ ଏହି ଭିଡିଓ ପଠାଉଥିଲା ସେ ଶିମଲାର ବାସିନ୍ଦା ବୋଲି ଜଣାପଡିଛି।

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ପରିଚାଳନା ଏହି ମାମଲାକୁ ଦମନ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଛାତ୍ରମାନେ କହିଛନ୍ତି ଯେ ଏହି ଘଟଣାରେ ସେମାନେ ବିଶ୍ୱବିଦ୍ୟାଳୟ ପରିଚାଳନାକୁ ଅଭିଯୋଗ କରିଥିଲେ। କିନ୍ତୁ ସେ ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ନେଇନଥିଲେ। ଏହି କାରଣରୁ ଛାତ୍ରଛାତ୍ରୀ କ୍ରୋଧରେ ବିଳମ୍ବିତ ରାତିରେ ବିଶ୍ୱବିଦ୍ୟାଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ। ଏହି ଭିଡିଓ ତିଆରି କରିଥିବା ଛାତ୍ରୀକୁ ହଷ୍ଟେଲ ରୁମରେ ତାଲା ପକାଇ ରଖାଯାଇଥିଲା। ଯେପରି ଅନ୍ୟ ଛାତ୍ରଛାତ୍ରୀ ତାଙ୍କ ଉପରେ ଆକ୍ରମଣ ନକରନ୍ତି। ପରେ ଅଭିଯୁକ୍ତ ଛାତ୍ରୀକୁ ପୋଲିସ ଗିରଫ କରିଥିଲା।

Leave A Reply

Your email address will not be published.