Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲିବା ନେଇ ବିଜୟ ମହାପାତ୍ରଙ୍କ ଦାବୀ

ଭୁବନେଶ୍ୱର : ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି  । ସେ କହିଛନ୍ତି  ନିକଟରେ ଆମିକ୍ୟସ କ୍ୟୁରି କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଆସିଥିଲେ। ସେ ଅନୁଭବ କରିଛନ୍ତି ସୁରକ୍ଷା ଓ ମରାମତି ଦିଗରେ  ଅବହେଳା ହୋଇଛି। ଏହା ଏଏସଆଇର ଦାୟୀତ୍ୱ। ବାସ୍ତବିକ ରାଜ୍ୟ ସରକାର ଏବଂ ଶ୍ରୀ ମନ୍ଦିର ପ୍ରଶାସନର ଦାୟୀତ୍ୱ କମ୍।

ତେଣୁ ଏଏସଆଇ କରି ନାହିଁ। ସେହି କଥା ଆମିକ୍ୟସ କ୍ୟୁରି ମଧ୍ୟ କହିଛନ୍ତି। ସମସ୍ତଙ୍କ ଦାବୀ ରତ୍ନଭଣ୍ଡାର ଖୋଲାଯାଉ। ୧୯୭୮ ମସିହା ୧୯୮୨ଓ ୧୯୮୫ ମସିହାରେ ୩ଥର ରତ୍ନଭଣ୍ଡାର ଖୋଲା ଯାଇଥିଲା । ରତ୍ନଭଣ୍ଡାର କମିଟି ଗଠନ ହୋଇଥିଲା। ତାଙ୍କ ରିପୋର୍ଟରେ ରହିଛି ୧୨୮୩୮ଭାରି ସୁନା ଅଛି। ତିନୋଟି ରତ୍ନର ଚିହ୍ନଟ କିମ୍ୱା ଓଜନ କରି ହେଲା ନାହିଁ। ଯାହାର ମୁଲ୍ୟ ପ୍ରାୟ ୧୦୦ କୋଟି ଟଙ୍କାର ସଂପତ୍ତି ହେବ। ଏ ପ୍ରକ୍ରିୟାରେ ସାମିଲ ହୋଇଥିବା ଲୋକ ତାମିଲନାଡୁରୁ ଆସିଥିଲେ। ୩ ମାସ ରହିଲେ ରିପୋର୍ଟ ସରକାରଙ୍କୁ ଦେଲେ। ୧୯୮୨ଓ ୧୯୮୫ ମସିହାରେ ରତ୍ନ ଭଣ୍ଡାର ଖୋଲା  ହୋଇ ଗଣତି ହୋଇଥିଲା ତେବେ ଏବେ ଖୋଲାଯାଇ ଗଣତିରେ ଅସୁବିଧା କଉଠି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ମହାପାତ୍ର  ।

ରତ୍ନଭଣ୍ଡାର ଖୋଲିବାକୁ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ରତ୍ନଭଣ୍ଡାର ମାଲିକ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ସରକାରୀ ଅଧିକାରୀ ଭାବୁଛନ୍ତି ରତ୍ନଭଣ୍ଡାର ମାଲିକ ସରକାର। ସେଥି ପାଇଁ ଖୋଲୁ ନାହାନ୍ତି। ଯଦିଓ ପ୍ରାବଧାନ ରହିଛି ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବେ। ହେଲେ ଅନୁମତି ବିଳମ୍ବରେ ପ୍ରଦାନ କରିବା ମଧ୍ୟ  ଆଇନର ଅବମାନନା। ରାଜ୍ୟ ସରକାର ଏ ଚରମ ଅବହେଳାରୁ ବଞ୍ଚିତ ହୁଅନ୍ତୁ। ପ୍ରସ୍ତାବର ଆବଶ୍ୟକତା ନାହିଁ ସରକାର ଚାହିଁଲେ ଖୋଲି ପାରିବେ। ଗଜପତି ମହାରାଜା ମଧ୍ୟ ଏହାର ନେତୃତ୍ୱ ନେବା ଦରକାର ଖାଲି କହିଦେଇ ଘରେ ବସିଲେ ହେବ ନାହିଁ। ଏହିଭଳି କିଛି ଅଭିଯୋଗ କରିବା ସହ ରତ୍ନଭଣ୍ଡାର ଖୋଲିବା ପାଇଁ ଦାବୀ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର  ।

Leave A Reply

Your email address will not be published.