Latest Odisha News

BREAKING NEWS

ଚାନ୍ଦ୍ରାୟଣ-୨: ମଉଳିଗଲା ଆଶା, ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଚ୍ଛିନ୍ନ ହେଲା ଯୋଗାଯୋଗ

ବେଙ୍ଗାଲୁରୁ: ଭାରତର ବହୁ ପ୍ରତୀକ୍ଷିତ ଚାନ୍ଦ୍ରାୟଣ-୨ ଅଭିଯାନ ଅସଫଳ ହୋଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ପାଦ ଥାପିପାରିଲାନି ‘ବିକ୍ରମ’ ଲ୍ୟାଣ୍ଡର । ଇସ୍ରୋର ଅନ୍ତିମ ସୂଚନାନୁଯାୟୀ, ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରର ପୃଷ୍ଠଦେଶରେ ଅବତରଣ କରିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ ବିଚ୍ଛିନ୍ନ କରିଥିଲା । ଭାରତୀୟ ବୈଜ୍ଞାନିକମାନେ ଏହି ଚନ୍ଦ୍ର ଅଭିଯାନରେ ପୁନର୍ବାର ଅସଫଳ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି ।

ଚାନ୍ଦ୍ରାୟଣ-୨ ଅଭିଯାନର ଲ୍ୟାଣ୍ଡ କରିବାକୁ ଥିବା ଲ୍ୟାଣ୍ଡର୍ ସଫଳତାର ସହିତ ଚନ୍ଦ୍ର କକ୍ଷରୁ ବାହାରି ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଆଉ ଦେଢ କିଲୋମିଟର୍ ବାକି ଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ଇସ୍ରୋ ନିୟନ୍ତ୍ରଣରୁ ଯୋଗାଯୋଗ ବିଚ୍ଛିନ୍ନ କରିଛି ।

Leave A Reply

Your email address will not be published.