Latest Odisha News

BREAKING NEWS

ମିଳିଲା ‘ଲ୍ୟାଣ୍ଡର ବିକ୍ରମ’ର ସନ୍ଧାନ: ଇସ୍ରୋ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ମିଶନ ଚନ୍ଦ୍ରଯାନ-୨ର ସଫଳତା ନେଇ ସାମାନ୍ୟ ଆଶା ଦେଖାଯାଇଛି ।

ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଥିବା ଲ୍ୟାଣ୍ଡର ବିକ୍ରମର ସନ୍ଧାନ ପାଇଛନ୍ତି ଇସ୍ରୋ ବୈଜ୍ଞାନିକ ।

ଏନେଇ ଟ୍ୱିଟ୍ କରିଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ ।

https://twitter.com/OfficeOfSivan/status/1170612071588753410?s=08

ତେବେ ଲ୍ୟାଣ୍ଡର ବିକ୍ରମକୁ ଠାବ କରାଯାଇଥିବା ବେଳେ ଏହାସହିତ ଯୋଗାଯୋଗ କରିବାକୁ ଇସ୍ରୋ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଥିବା ନେଇ ସୂଚନା ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି । ଆହୁରି ମଧ୍ୟ ବିକ୍ରମ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଚନ୍ଦ୍ର ଚାରିପଟେ ଘୂରି ବୁଲୁଥିବା ଅର୍ବିଟର ଲ୍ୟାଣ୍ଡର ବିକ୍ରମର ସ୍ଥିତି ସମ୍ପର୍କରେ ଚିତ୍ର ପଠାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.