Latest Odisha News

BREAKING NEWS

ଇସ୍ରୋକୁ ନେଇ ଟ୍ୱିଟ କଲେ ଅନୁଷ୍କା, ମୋଦି ରଖିଲେ ଏଭଳି ପ୍ରତକ୍ରିୟା

ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ, କୌଶଳ ଓ କଠିନ ପରିଶ୍ରମ ପରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ୱାରା ପ୍ରେରିତ ଚନ୍ଦ୍ରାୟାଣ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ମାତ୍ର ୨ କିମି ପୂର୍ବରୁ ଇସ୍ରୋ ସହିତ ଲ୍ୟାଣ୍ଡର ବିକ୍ରମର ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗତକାଲି ମଉଳି ଯାଇଥିବା ଆଶା ଆଜି ପୁଣି ଉଜ୍ଜୀବିତ ହୋଇଯାଇଛି ।

BjdElectrycity

‘ଲ୍ୟାଣ୍ଡର ବିକ୍ରମ’ର କମାଣ୍ଡ ପାଇବାକୁ ସକ୍ଷମ ହୋଇଛି ଇସ୍ରୋ । ମାତ୍ର ବର୍ତ୍ତମାନ ସୁଦ୍ଧା ଲ୍ୟାଣ୍ଡର ବିକ୍ରମ ସହିତ ଇସ୍ରୋର ସମ୍ପର୍କ ସ୍ଥାପିତ ହୋଇପାରି ନାହିଁ। ଲ୍ୟାଣ୍ଡର ବିକ୍ରମ’ ସହ ପୁଣିଥରେ ଯୋଗାଯୋଗ ସ୍ଥାପନ କରିବାକୁ ଇସ୍ରୋର ବୈଜ୍ଞାନିକମାନେ ନିରନ୍ତର ପ୍ରୟାସ ଚଳାଇଛନ୍ତି ବୋଲି ଭାରତୀୟ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ମୁଖ୍ୟ କେ ଶିବାନ୍‌ ରବିବାର ସୂଚନା ଦେଇଛନ୍ତି ।

କିନ୍ତୁ ଏଭଳି ପ୍ରୟାସ ପାଇଁ ଇସ୍ରୋର ଦକ୍ଷ ବୈଜ୍ଞାନିକ ମାନଙ୍କ ପଛରେ ଭାରତୀୟଙ୍କର ରହିଥିଲା ସମ୍ପୂର୍ଣ୍ଣ ସମର୍ଥନ ।

ଏହି ଧାରାରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଇସ୍ରୋର ଏଭଳି ପ୍ରୟାସ ପାଇଁ ଟ୍ୱିଟ କରି ପ୍ରଶଂସା କରିଥିଲେ। ଏହି ଟୁଇଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନୁଷ୍କା ନିଜ ଟ୍ୱିଟରେ ଲେଖିଛନ୍ତି ଯେ, “ଆମେ ସମସ୍ତେ ଇସ୍ରୋ ସହିତ ଅଛୁ, ଇସ୍ରୋର ପ୍ରତିଟି ପଦକ୍ଷେପକୁ ସମର୍ଥନ ବି କରୁଛୁ। ଇସ୍ରୋରେ ଆମର ବୈଜ୍ଞାନିକଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସଫଳତା ପାଇଁ ଆମେ ନିଜକୁ ଗର୍ବିତ ମନେ କରୁଛୁ। ସତରେ ଏହା ସମସ୍ତଙ୍କ ପାଇଁ ଏକ ପ୍ରେରଣା”।

ଅନୁଷ୍କାଙ୍କ ଏହି ଟ୍ୱିଟର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦି ଟ୍ୱିଟ କରି ଲେଖିଛନ୍ତି ଯେ, ‘ସତରେ ଆମର ବୈଜ୍ଞାନିକମାନଙ୍କୁ ନେଇ ଆମେ ଗର୍ବିତ। ଇସ୍ରୋ ଅନେକ ଯୁବପିଢ଼ିଙ୍କୁ ବିଜ୍ଞାନ କ୍ଷେତ୍ରରେ ପ୍ରବେଶ ପାଇଁ ପ୍ରେରିତ କରିଛି। ଏହା ନିଜ ନିଜ ଭିତରେ ଏକ ପ୍ରକାର ବିଜୟ। ’

Comments are closed.