Latest Odisha News

ଏହି ଉପାୟରେ ଆଧାର କାର୍ଡରେ ନିଜର ଫଟୋ ପରିବର୍ତ୍ତନ କରନ୍ତୁ…

ଭୁବନେଶ୍ବର: ଅଧିକାଂଶ ଲୋକ ଆଧାର କାର୍ଡରେ ଥିବା ଫଟୋ ନାପସନ୍ଦ କରନ୍ତି । ଏଥିସହ ସେମାନେ ଏହାକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି । ଯଦି ଆପଣଙ୍କର ଆଧାର କାର୍ଡରେ ଥିବା ଫଟୋ ପୁରୁଣା କିମ୍ବା କ୍ଲିୟର ନୁହେଁ ଓ ଆପଣ ମଧ୍ୟ  ଫଟୋ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏହି କାର୍ଯ୍ୟକୁ ସହଜରେ କରିପାରିବେ ।

ତେବେ ଆଧାର କାର୍ଡର ଫଟୋ ବଦଳାଇବାକୁ ଚାହୁଁଛନ୍ତି, ଆପଣଙ୍କୁ ଏହି କାମ ଅଫଲାଇନରେ କରିବାକୁ ପଡିବ। ଆଧାର କାର୍ଡରେ ଆପଣଙ୍କର ଫଟୋ ବଦଳାଇବାକୁ କିମ୍ବା ଅପଡେଟ୍ କରିବାକୁ ହେଲେ ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁ ପଡିବ ।

ଆଧାର କାର୍ଡରେ ଫଟୋ ଅପଡେଟ୍ କରିବାକୁ ଆପଣଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ । ଆଧାର ଇନରୋଲମେଣ୍ଚ କେନ୍ଦ୍ରରେ ଆପଣ ଏହି ଫର୍ମ ପାଇବେ । ଫର୍ମ ପୂରଣ କରିବା ପରେ ଆପଣଙ୍କୁ ବାୟୋମେଟ୍ରିକ୍ ସୂଚନା ଦେବାକୁ ପଡିବ ।

ଏହି ପଦକ୍ଷେପଗୁଡିକ ଅନୁସରଣ କରନ୍ତୁ :-
-ସର୍ବପ୍ରଥମେ UIDAI ୱେବସାଇଟ୍ uidai.gov.inକୁ ଯାଇ ଲଗଇନ୍ କରନ୍ତୁ ।
-ଆପଣଙ୍କର ଆଧାର ନୋମିନେସନ ଫର୍ମ ଡାଉନଲୋଡ୍ କରନ୍ତୁ ।
-ଏହି ଫର୍ମର ଏକ ହାର୍ଡ କପି ନିଅନ୍ତୁ ଏବଂ କୌଣସି ଭୁଲ ନକରି ଏହାକୁ ପୂରଣ କରନ୍ତୁ ।
-ତା’ପରେ ନିକଟସ୍ଥ ଆଧାର ଇନରୋଲମେଣ୍ଚ କେନ୍ଦ୍ର କିମ୍ବା ଆଧାର ସେବା କେନ୍ଦ୍ରରେ ଫର୍ମ ଦାଖଲ କରନ୍ତୁ ।
-ଆପଣଙ୍କର ବାୟୋମେଟ୍ରିକ୍ ବିବରଣୀ ନେବା ସହିତ, ଫିଙ୍ଗର ପ୍ରିଣ୍ଟ ଏବଂ ଆଇରିସ୍ ସ୍କାନ୍ ଆଧାର କେନ୍ଦ୍ରରେ କରାଯିବ ।
-ଥରେ ଆପଣଙ୍କ ବାୟୋମେଟ୍ରିକ୍ ନିଶ୍ଚିତ ହେବା ପରେ ଆପଣଙ୍କ ଲାଇଭ୍ ଫଟୋ ଉଠାଯିବ । ଏହି ଫଟୋ ପୁରୁଣା ଫଟୋ ସହିତ ବଦଳାଯିବ ।
-ଫଟୋ ବଦଳାଇବାକୁ ହେଲେ ଆପଣଙ୍କୁ ଶହେ ଟଙ୍କା ଫି ଦେବାକୁ ପଡିବ ।

ଆଧାର କାର୍ଡରେ ଥିବା ଆପଣଙ୍କର ଫଟୋ ତୁରନ୍ତ ପରିବର୍ତ୍ତନ ହେବ ନାହିଁ । ଏଥିପାଇଁ କିଛି ଦିନ ଲାଗେ । ଆଧାର କେନ୍ଦ୍ରରେ ଫଟୋ ଅପଡେଟ୍ କରିବାବେଳେ ଆପଣଙ୍କୁ URN ସହିତ ଏକ ସ୍ଲିପ୍ ମଧ୍ୟ ଦିଆଯିବ । ଏହି ସ୍ଲିପ୍ ଉପରେ ଏକ ନମ୍ବର ଏବଂ ଲିଙ୍କ୍ ଥିବ, ଯାହା ମାଧ୍ୟମରେ ଆପଣ ଆପଣଙ୍କର ଆବେଦନ ସ୍ଥିତିକୁ ଟ୍ରାକ୍ କରିପାରିବେ ।

ଥରେ ଫଟୋ ଅପଡେଟ୍ ହୋଇଗଲେ, ଆପଣ UIDAI ୱେବସାଇଟ୍ କୁ ଯାଇ ଆପଣଙ୍କର ଆଧାର କାର୍ଡ ଡାଉନଲୋଡ୍ କରିପାରିବେ ।

 

Comments are closed.