ରୋଆଟନ: ପୌରାଣିକ କଥାରେ ଆମେ ଅସୁରମାନେ କିପରି ଅମର ହେବା ପାଇଁ ଭଗବାନଙ୍କ ଉପାସନ କରନ୍ତି ତାହା ପଢ଼ିଛେ । ଏହି ସଂସାରରେ ମୃତ୍ୟୁର ଶୀତଳ ସ୍ପର୍ଶ ସମସ୍ତଙ୍କୁ ଛୁଇଁବ । କେହି କେବେ ଏହାକୁ ସମ୍ପୂର୍ଣ୍ଣ ଭାବେ ଏଡାଇ ଦେଇପାରିବ ନାହିଁ । ଏବେକାର ମଣିଷ କିନ୍ତୁ ଅମର ହେବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଏଥିରେ କେତେ ଦୂର ସଫଳତା ହାସଲ କରିବେ ଏବଂ ଏହାର ପ୍ରଭାବ ସମାଜ ଉପରେ କିପରି ରହିବ ତାହା ସମୟ କହିବ । ପ୍ରଥମେ ତପସ୍ୟା ଉପରେ ବିଶ୍ୱାସ କରାଯାଉଥିଲା ଏବେ ବିଜ୍ଞାନ… ।
ଏକ ରିପୋର୍ଟ ଅନୁସାରେ ମୃତ୍ୟୁକୁ ଘୁଂଚାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ଇଞ୍ଜେକ୍ସନ ବାହାରିଛି । ଆମେରିକାର ଏକ ଛୋଟ ଆଇଲାଣ୍ଡରେ ଏହି କାର୍ଯ୍ୟ କରାଯାଉଛି । ଡେଲିମେଲ ରିପୋର୍ଟ ଅନୁସାରେ ହୋଣ୍ଡୁରସ ସମୂଦ୍ର କୂଳରୁ ୪୦ ମାଇଲ ଦୂରରେ ଏକ ଛୋଟ ଆଇଲାଣ୍ଡ ରହିଛି । ଏହାର ନାମ ରୋଆଟନ । ଆମେରିକାରୁ ଫ୍ଲାଇଟ ମାଧ୍ୟମରେ ଏଠାକୁ ସହଜରେ ଯାଇ ହେବ । ଏହି ଆଇଲାଣ୍ଡରେ ପ୍ରୋସପେରା ନାମକ ଏକ ସହର ରହିଛି । ଯାହାକୁ ଏରିକ ବ୍ରେମିନ ବସାଇଥିଲେ । ଏହି ଆଇଲାଣ୍ଡରେ ଅବୈଧ ମେଡିକାଲ ଟ୍ରିଟମେଂଟ ଚାଲୁଛି । ଯାହାକୁ କୌଣସି ପ୍ରକାରର ମେଡିକାଲ ଆସୋସିଏଶନ ମଂଜୁରୀ ପ୍ରଦାନ କରି ନାହିଁ ।
ଏଠାରେ ଏକ ଇଞ୍ଜେକ୍ସନ ମାଧ୍ୟମରେ ଶରୀର ମଧ୍ୟକୁ ଡିଏନଏ ମଲ୍ୟୁକୁଲ୍ୟସ ଛଡା ଯାଇଥାଏ । ଏହା ଶରୀରକୁ ଏକ ପ୍ରକାର ପୂର୍ନନିର୍ମାଣ କରିଥାଏ ବୋଲି ଦାବୀ କରାଯାଉଛି । ଯାହା ଫଳରେ ମଣିଷ ଆଉ କିଛି ଦିନ ଅଧିକ ବଂଚିବ । ମିନିସର୍କଲ କ୍ଲିନକ ପକ୍ଷରୁ ଏହି ଡିଏନଏ ଇଞ୍ଜେକ୍ସନ ଲଗା ଯାଇଥାଏ । ୨୦୨୪ରେ ବାୟୋହ୍ୟାକର ବ୍ରାଏନ ଜନଶନ ଏହି ଇଞ୍ଜେକ୍ସନ ନେଇଥିଲେ । ତାଙ୍କ ଶରୀରରେ ଏହାର ସକାରାତ୍ମକ ପ୍ରଭାବ ପଡିଥିଲା ବୋଲି ନିଜେ ଦାବୀ କରିଛନ୍ତି ।
ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ୨୨ ଲକ୍ଷ ଟଙ୍କା ରଖାଯାଇଛି । ଏହାର ପ୍ରଭାବ ୨ ବର୍ଷ ପର୍ଯ୍ୟନ୍ତ ରହିବ । ଏଜିଂ ସ୍ପିଡ ୦.୬୪ ପଂଏଟ ଧୀମାରେ ଗତିଶୀଳ ହୋଇଥାଏ । ଉଦାହରଣ ସ୍ୱରୂପ ୧୨ ମାସର ସମୟକୁ ଜଣେ ମଣିଷ ଇଞ୍ଜେକ୍ସନ ନେବା ପରେ ୧୯ ମାସ ପର୍ଯ୍ୟନ୍ତ ସୁସ୍ଥ ରହିପାରେ । ମେଡିକାଲ ଆସୋସିଏଶନ ପକ୍ଷରୁ ଏହାକୁ ମାନ୍ୟତା ମିଳି ନାହିଁ । ଅନ୍ଧ ଭାବେ ଏହାକୁ ମାନିନେବା ମୂର୍ଖାମୀର ପରିଚୟ ବ୍ୟତୀତ କିଛି ହେବ ନାହିଁ ।
Comments are closed.