Latest Odisha News

BREAKING NEWS

ଜାନୁଆରୀରୁ ରେଳବାଇରେ ବଡ଼ ପରିବର୍ତ୍ତନ: ବଦଳିବ ଟ୍ରେନ ନମ୍ବର, ସୁପରଫାଷ୍ଟରୁ ହେବେ ମେଲ୍‌/ଏକ୍ସପ୍ରେସ୍‌

ଭୁବନେଶ୍ୱର: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ୨୦୨୭ ଜାନୁଆରୀ ୧ ତାରିଖରୁ ଦେଶର ବିଭିନ୍ନ ପ୍ରମୁଖ ଟ୍ରେନ୍‌ର ନମ୍ବର ଏବଂ ଶ୍ରେଣୀ (Category) ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ଟ୍ରେନ୍‌ଗୁଡ଼ିକୁ ‘ସୁପରଫାଷ୍ଟ’ (Superfast) ମାନ୍ୟତାରୁ ହଟାଇ ସାଧାରଣ ‘ମେଲ୍/ଏକ୍ସପ୍ରେସ୍’ (Mail/Express) ଶ୍ରେଣୀଭୁକ୍ତ କରାଯିବ ଏବଂ ସେଗୁଡ଼ିକର ପୁରୁଣା ନମ୍ବର ବଦଳରେ ନୂଆ ୫-ଅଙ୍କ ବିଶିଷ୍ଟ ନମ୍ବର ଲାଗୁ ହେବ।

ରେଳ ବୋର୍ଡର ନିୟମ ଅନୁଯାୟୀ, ଗୋଟିଏ ବ୍ରଡ୍-ଗେଜ୍ ଟ୍ରେନ୍‌କୁ ‘ସୁପରଫାଷ୍ଟ’ ମାନ୍ୟତା ମିଳିବା ପାଇଁ ତାର ସମଗ୍ର ଯାତ୍ରାପଥରେ ହାରାହାରି ଗତି ଅତିକମରେ ଘଣ୍ଟା ପ୍ରତି ୫୫ କିଲୋମିଟର ହେବା ଆବଶ୍ୟକ। ମାତ୍ର ବିଗତ କିଛି ବର୍ଷ ଧରି ଅତ୍ୟଧିକ ଟ୍ରାଫିକ୍, ଅଧିକ ରହଣି (Stoppages) ଓ ବିଳମ୍ବ ଯୋଗୁଁ କେତେକ ଟ୍ରେନ୍‌ର ଗତି ଏହି ସୀମାରୁ କମ୍ ରହୁଥିଲା। ସେଥିପାଇଁ ରେଳବାଇ ଏଗୁଡ଼ିକର ଶ୍ରେଣୀ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।

ଟ୍ରେନ୍‌ଗୁଡ଼ିକରୁ ସୁପରଫାଷ୍ଟ ମାନ୍ୟତା ହଟିବା ପରେ ଯାତ୍ରୀଙ୍କୁ ଆଉ ଅତିରିକ୍ତ ସୁପରଫାଷ୍ଟ ଚାର୍ଜ (Superfast Surcharge) ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ଟିକେଟ୍ ପିଛା କ୍ଲାସ୍ ଅନୁଯାୟୀ ୩୦ ଟଙ୍କାରୁ ୭୫ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଶସ୍ତା ହେବ। ଟ୍ରେନ୍‌ର ପୂର୍ବ ନିର୍ଦ୍ଧାରିତ ସମୟ ଏବଂ ରହଣି ସ୍ଥଳରେ କୌଣସି ପରିବର୍ତ୍ତନ ହେବ ନାହିଁ।

ଓଡ଼ିଶା ଦେଇ ଯାଉଥିବା କିଛି ପ୍ରମୁଖ ଟ୍ରେନ୍‌ର ନୂଆ ନମ୍ବର ତାଲିକା:

  • ଟ୍ରେନ୍ ନମ୍ବର ୨୨୮୬୧ ହାୱଡ଼ା–କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୦୭୩ ସହ ଚଳାଚଳ କରିବ ଏବଂ ଟ୍ରେନ୍ ନମ୍ବର ୨୨୮୬୨ କଣ୍ଟାବାଞ୍ଜି–ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୦୭୪ ହେବ। ଏହି ପରିବର୍ତ୍ତନ ଜାନୁଆରୀ ୧, ୨୦୨୭ରୁ ଲାଗୁ ହେବ।
  • ସେହିପରି, ଟ୍ରେନ୍ ନମ୍ବର ୧୨୮୭୧ ହାୱଡ଼ା–ଜୁନାଗଡ଼ ରୋଡ୍ ଇସ୍ପାତ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୦୭୧ ହେବ ଏବଂ ଏହା ଜାନୁଆରୀ ୨, ୨୦୨୭ରୁ କାର୍ଯ୍ୟକାରୀ ହେବ। ଅନ୍ୟପକ୍ଷରେ, ଟ୍ରେନ୍ ନମ୍ବର ୧୨୮୭୨ ଜୁନାଗଡ଼ ରୋଡ୍–ହାୱଡ଼ା ଇସ୍ପାତ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୦୭୨ ହେବ ଏବଂ ଏହା ଜାନୁଆରୀ ୩, ୨୦୨୭ରୁ ଲାଗୁ ହେବ।
  • ଟ୍ରେନ୍ ନମ୍ବର ୨୨୬୪୩ ଏର୍ଣ୍ଣାକୁଲମ୍–ପାଟନା ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୬୩୫୯ ହେବ ଏବଂ ଏହା ଜାନୁଆରୀ ୪, ୨୦୨୭ରୁ କାର୍ଯ୍ୟକାରୀ ହେବ। ସେହିପରି, ଟ୍ରେନ୍ ନମ୍ବର ୨୨୬୪୪ ପାଟନା–ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୬୩୬୦ ହେବ ଏବଂ ଏହା ଜାନୁଆରୀ ୧, ୨୦୨୭ରୁ ଲାଗୁ ହେବ।
  • ଏହା ବ୍ୟତୀତ, ଟ୍ରେନ୍ ନମ୍ବର ୧୨୮୯୩ ଭୁବନେଶ୍ୱର–ପୁରୁଣାକଟକ ସୁପରଫାଷ୍ଟ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୪୧୧ ଏବଂ ଟ୍ରେନ୍ ନମ୍ବର ୧୨୮୯୪ ପୁରୁଣାକଟକ–ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୪୧୨ ହେବ। ଏହି ପରିବର୍ତ୍ତନ ଜାନୁଆରୀ ୬, ୨୦୨୭ରୁ କାର୍ଯ୍ୟକାରୀ ହେବ।
  • ଟ୍ରେନ୍ ନମ୍ବର ୨୨୮୮୩ ପୁରୀ–ଯଶବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୪୨୯ ହେବ ଏବଂ ଏହା ଜାନୁଆରୀ ୮, ୨୦୨୭ରୁ ଲାଗୁ ହେବ। ସେହିପରି, ଟ୍ରେନ୍ ନମ୍ବର ୨୨୮୮୪ ଯଶବନ୍ତପୁର–ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୪୩୦ ହେବ ଏବଂ ଏହା ଜାନୁଆରୀ ୯, ୨୦୨୭ରୁ କାର୍ଯ୍ୟକାରୀ ହେବ।
  • ଟ୍ରେନ୍ ନମ୍ବର ୨୦୮୦୭ ବିଶାଖାପାଟଣା–ଅମୃତସର ହୀରାକୁଦ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୫୧୩ ହେବ ଏବଂ ଏହା ଜାନୁଆରୀ ୫, ୨୦୨୭ରୁ ଲାଗୁ ହେବ। ଅନ୍ୟପକ୍ଷରେ, ଟ୍ରେନ୍ ନମ୍ବର ୨୦୮୦୮ ଅମୃତସର–ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ୍‌ର ନୂତନ ନମ୍ବର ୧୮୫୧୪ ହେବ ଏବଂ ଏହା ଜାନୁଆରୀ ୯, ୨୦୨୭ରୁ କାର୍ଯ୍ୟକାରୀ ହେବ।

ଯାତ୍ରୀମାନଙ୍କୁ ପରିବର୍ତ୍ତିତ ଟ୍ରେନ୍ ନମ୍ବର ସମ୍ପର୍କରେ ଅବଗତ ହୋଇ ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ ।

Leave A Reply

Your email address will not be published.