Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ: ମାଉସୀ ମା’ଛକ ଓଭର ବ୍ରିଜ୍ ଉପରେ ଗୁଳିକାଣ୍ଡ, ଜଣେ ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଶିଶୁ ଭବନ ଓଭରବ୍ରିଜ୍ (Sishu Bhawan Overbridge) ନିକଟରେ ଏକ ଭୟାବହ ଗୁଳିକାଣ୍ଡ ଘଟିଛି, ଯେଉଁଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି‌। ମୃତ ଯୁବକଙ୍କ ପରିଚୟ ଟାପୁ ନାୟକ ବୋଲି ଜଣାପଡ଼ିଛି‌। ଏହି ଗୁଳିକାଣ୍ଡ ଲିଙ୍ଗରାଜ ଥାନା ମାଉସୀ ମା’ଛକ ଏବଂ କ୍ୟାପିଟାଲ ଥାନା ଅନ୍ତର୍ଗତ ଶିଶୁ ଭବନ ଓଭରବ୍ରିଜ୍ ନିକଟବର୍ତ୍ତୀ ଅଞ୍ଚଳରେ ଘଟିଛି‌।

ଦୁର୍ବୃତ୍ତଙ୍କ ଗୁଳିମାଡ଼ ପରେ ଉକ୍ତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ‌। ଘଟଣା ସ୍ଥଳରେ କ୍ୟାପିଟାଲ ଥାନା ଏବଂ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଗୁଳିକାଣ୍ଡର ପ୍ରକୃତ କାରଣ ଖୋଜିବା ପାଇଁ ଖୋଳତାଡ଼ ଆରମ୍ଭ କରିଛି‌।

Leave A Reply

Your email address will not be published.