Latest Odisha News

ପୂଜାରାଙ୍କ ପୁଣି ଏକ ଶତକ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଚେତେଶ୍ୱର ପୂଜାରା ଏବେ ଫୁଲ ଫର୍ମରେ ।  ଇଂଲଣ୍ଡରେ ରୟାଲ ଲଣ୍ଡନ ଓ୍ବାନ ଡେ କପ୍ କ୍ରିକେଟ ଖେଳୁଥିବା ଚେତେଶ୍ବର ପୂଜାରା ବହୁତ ଭଲ ଫର୍ମରେ ଅଛନ୍ତି। ରୟାଲ ଲଣ୍ଡନ ଦିନିକିଆ ମ୍ୟାଚରେ ପୂଜାରା ସସେକ୍ସ ପାଇଁ ଶତକ ପରେ ଶତକ କରୁଛନ୍ତି ।  ମଙ୍ଗଳବାର ଦିନ ରୟାଲ ଲଣ୍ଡନ ୱାନ ଡେ କପରେ ପୂଜାରା ସିଜନର ତୃତୀୟ ଶତକ କରି 500 ରନ ପୂରଣ କରିଛନ୍ତି ।  ପୂଜାରା ମିଡଲ୍ସେକ୍ସ ବିପକ୍ଷରେ ମାତ୍ର 90 ଟି ବଲରେ 132 ରନ୍ ସଂଗ୍ରହ କରିଛନ୍ତି ।

ପୂଜାରା ପ୍ରଥମେ 64 ବଲରେ 70 ରନ୍ ସଂଗ୍ରହ କରିଥିଲେ ଏବଂ ପରବର୍ତ୍ତୀ 26 ବଲରେ 62 ରନ୍ ସଂଗ୍ରହ କରିଥିଲେ। ପୂଜାରା  ତାଙ୍କ ଇନିଂସ ସମୟରେ 238.44 ଷ୍ଟ୍ରାଇକ୍ ହାରରେ ରନ୍ ସଂଗ୍ରହ କରିଥିଲେ। ପୂଜାରା ମାତ୍ର 75 ବଲରେ ଶତକ ପୂରଣ କରିଥିଲେ। ସେ ରୟାଲ ଲଣ୍ଡନ ଓ୍ବାନ ଡେ କପରେ ସସେକ୍ସ ପାଇଁ  ଆଜି ସୁଦ୍ଧା ଚଳିତ ସିଜନରେ 9, 63, 14 , ଏବଂ  107, 174, 49 , 66 ଏବଂ 132 ରନ କରିସାରିଲେଣି । ଏହା ସହ ସେ ମଧ୍ୟ ଏହି ଟୁର୍ନାମେଣ୍ଟରେ ନିଜର 500 ରନ୍ ପୂରଣ କରିଛନ୍ତି  ।

ଦଳର ଅଧିନାୟକ ଥିବା ପୂଜାରା 132 ରନ ପାଳିରେ ତାଙ୍କ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ସେ ଇନିଂସରେ 20 ଚୈାକା ଓ ଦୁଇଟି ଛକା ମାରିଥିଲେ। ଓପନର୍ ଟମ୍ ଆଲସୋପ୍ 155 ବଲରେ 189 ରନ୍ ସଂଗ୍ରହ କରିଥିଲେ। ତୃତୀୟ ୱିକେଟ୍ ପାଇଁ ପୂଜାରା ଏବଂ ଆଲସୋପ୍ 240 ରନ୍ କରିଥିଲେ।

Leave A Reply

Your email address will not be published.