Latest Odisha News

BREAKING NEWS

ଛତିଶଗଡ ନିର୍ବାଚନ-୨୦୨୩: ଖୈରାଗଡରେ ପ୍ରିୟଙ୍କାଙ୍କ ୮ଟି ବଡ ପ୍ରତିଶ୍ରୁତି

ରାୟପୁର: ବିଧାନସଭା ନିର୍ବାଚନ-୨୦୨୩ ପାଇଁ ଛତିଶଗଡରେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ନିର୍ବାଚନୀ ପ୍ରଚାର । ଏଭଳି ପରିସ୍ଥିତିରେ ଛତିଶଗଡରେ ଜିତିବା ପାଇଁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଉଥିବା ଦେଖିବାକୁ ମିଳିଛି । ଦଳ ପକ୍ଷରୁ ପ୍ରଥମ ଦିନରେ ଦୁଇ ଦିନିଆ ଛତିଶଗଡ ଗସ୍ତରେ ରାହୁଲ ଗାନ୍ଧୀ କାଂକେର ଜିଲ୍ଲାର ଭାନୁପ୍ରତାପପୁରରେ ବିଶାଳ ସଭାକୁ ସମ୍ବୋଧିତ କରିଥିବାବେଳେ, ଆଜି ପ୍ରିୟଙ୍କା ଗାନ୍ଧୀ ଖୈରାଗଡରେ ପହଞ୍ଚି ୮ଟି ବଡ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି ।

ତେବେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଯଦି ଛତିଶଗଡରେ କଂଗ୍ରେସ ସରକାର ଅକ୍ଷୁର୍ଣ୍ଣ ରହେ ତେବେ ସିଲିଣ୍ଡର ଭରିବା ପାଇଁ ପ୍ରତି ସିଲିଣ୍ଡର ପିଛା ୫୦୦ ଟଙ୍କା ସବସିଡି ଦିଆଯିବ ।

ରାଜ୍ୟରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ମଧ୍ୟ ମାଗଣାରେ ଯୋଗାଇ ଦିଆଯିବ।

ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସକ୍ଷମ ଯୋଜନା ଅଧୀନରେ ନିଆଯାଇଥିବା ଋଣ ଛାଡ ।

ଆଗାମୀ ବର୍ଷରେ ୭୦୦ ନୂତନ ଗ୍ରାମୀଣ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା ।

ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟକୁ ସ୍ବାମୀ ଆତ୍ମାନନ୍ଦ ଇଂରାଜୀ ଏବଂ ହିନ୍ଦୀ ମିଡିୟମରେ ନବୀକରଣ କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସହାୟତା ଯୋଜନା ଅଧୀନରେ ସଡକ ଦୁର୍ଘଟଣା ଏବଂ ଅନ୍ୟାନ୍ୟ ଦୁର୍ଘଟଣାରେ ଛତିଶଗଡ ବାସିନ୍ଦାଙ୍କ ପାଇଁ ମାଗଣା ଚିକିତ୍ସା ।

ପରିବହନ ବ୍ୟବସାୟ ସହିତ ଜଡିତ ୬ ହଜାର ୬୦୦ରୁ ଉର୍ଦ୍ଧ୍ବ ଗାଡି ମାଲିକଙ୍କ ୨୦୧୮ ପର୍ଯ୍ୟନ୍ତ ୭୨୬ କୋଟି ଟଙ୍କାର ବକେୟା ମୋଟର ଯାନ ଟିକସ, ପେନାଲ୍ଟି ବା ତଣ୍ଡ ଏବଂ ଋଣର ସୁଧ ଛାଡ ।

ଖାଲି ସେତିକି ନୁହେଁ ରାଜ୍ୟର ଚାଷୀଙ୍କଠାରୁ ‘ତିବରା’କୁ ମଧ୍ୟ ସହାୟତା ମୂଲ୍ୟରେ କିଣାଯିବ ।

ତେବେ କଂଗ୍ରେସ ୨୦୧୮ ନିର୍ବାଚନରେ ​​୯୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୬୮ଟି ସିଟ୍ ଜିତି  ସରକାର ଗଠନ କରିଥିଲା ।

Leave A Reply

Your email address will not be published.