Latest Odisha News

BREAKING NEWS

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ରାୟପୁର:ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମେ ୯ରୁ ସେ କୋମା ଷ୍ଟେଜରେ ୨୦ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତୃତୀୟ ଥର ହାର୍ଟଆର୍ଟକ ହେବା ପରେ ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ୪୫ ମିନିଟ ପରିଶ୍ରମ କରିଥିଲେ ମଧ୍ୟ ତାହା ବ୍ୟର୍ଥ ହୋଇଥିଲା ।

୨୦୦୦ରୁ ୨୦୦୩ ପର୍ଯ୍ୟନ୍ତ ସେ ଛତିଶଗଡର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପୁତ୍ର ଅମିତ ଯୋଗୀ ବାପାଙ୍କ ମୃତ୍ୟୁ ଖବର ସମ୍ପର୍କରେ ସୂଚନା ଦେଇଥିଲେ । ତାଙ୍କ ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାଇ ଖେଳିଯାଇଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଷ୍ଠିତ ନେତାମାନେ ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । କଂଗ୍ରେସ ଓ ଗାନ୍ଧୀ ପରିବାରର ସେ ଅତି ନିଜର ଥିଲେ । କଲେକ୍ଟର ପଦ ଛାଡି ସେ ରାଜନୀତିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.