Latest Odisha News

BREAKING NEWS

୧୧ରୁ ୧୧ ରାଜ୍ୟର ଆସନ ହାତେଇବ ଭାଜପା; ଅରୁଣ ସାଓ

ରାୟପୁର: ‘୧୧ରୁ ୧୧ ରାଜ୍ୟର ଆସନ ଜିତିବ ଭାଜପା’; ଏମିତି କିଛି କହିଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ । ଏଥର ୪୦୦ ପାର କରିବ ମୋଦୀଙ୍କ ଗ୍ୟାରେଣ୍ଟି ।

ଦେଶରେ ଚାଲିଛି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ । ଭୋଟ ଦେଉଛନ୍ତି ୧୧ ରାଜ୍ୟ । ଅନେକ ନେତା ଓ ମନ୍ତ୍ରୀ ବି ନିଜର ନାଗରିକତ୍ବ ନିଭାଇଛନ୍ତି । ଏହାରି ଭିତରେ ଭୋଟ ଦେଇଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଅରୁଣ ରାଓ । ସେ କହିଛନ୍ତି, ‘ଆଜି ତୃତୀୟ ସ୍ତରୀୟ ମତଦାନ ହେଉଛି । ମୁଁ ମୋ ପରିବାର ଓ କାର୍ଯ୍ୟକର୍ତ୍ତାଙ୍କ ସହ ଆସି ମତଦାନ କେନ୍ଦ୍ରରେ ମତ ପ୍ରଦାନ କରିଛି । ବିକଶିତ ଭାରତ ପାଇଁ ଲୋକଙ୍କ ଭିତରେ ଅନେକ ଉତ୍ସାହ ଭରି ରହିଛି । ସକାଳୁ ହିଁ ଲମ୍ବା ଲାଇନ ଲାଗିଛି । ଏ ଉତ୍ସାହ ସରକାରଙ୍କ ସପକ୍ଷରେ ଅଛି । ଏଥର ୪୦୦ ପାର କରିଯିବ । ଛତିଶଗଡର ୧୧ଟିରୁ ୧୧ଟି ରାଜ୍ୟର ସିଟ୍ ଭାଜପା ହିଁ ଜିତିବ’ ।

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟରେ ମତଦାନ ଦିଆଯାଉଥିବା ରାଜ୍ୟଗୁଡିକ; ଆସାମ (୪ ଟି ସିଟ୍), ବିହାର (୫ ଟି ସିଟ୍), ଛତିଶଗଡ (୭ ଟି ସିଟ୍), ଗୋଆ (୨ ଟି ସିଟ୍), ଗୁଜୁରାଟ (୨୬ ଟି ସିଟ୍), କର୍ଣ୍ଣାଟକ (୧୪ ଟି ସିଟ୍), ମଧ୍ୟପ୍ରଦେଶ ( ୮ ଟି ସିଟ୍), ମହାରାଷ୍ଟ୍ର (୧୧ ଟି ସିଟ୍), ଉତ୍ତରପ୍ରଦେଶ (୧୦ ଟି ସିଟ୍), ପଶ୍ଚିମବଙ୍ଗ (୪ ଟି ସିଟ୍), ଦାଦ୍ରା ଏବଂ ନାଗର ହାଭେଲି, ଦାମନ ଏବଂ ଡିୟୁ (୨ ଟି ସିଟ୍)  ।

Leave A Reply

Your email address will not be published.