Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ସେଖର ସୁମନ; କହିଲେ, ଭଗବାନଙ୍କ ନିର୍ଦ୍ଦେଶରେ ମୁଁ ବିଜେପିରେ ମିଶିଲି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ସମୟ ଭିତରେ ନେତା ମାନଙ୍କର ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି । ଏହାରି ଭିତରେ ଆଜି ବିଜେପିରେ ମିଶିଛନ୍ତି ଲୋକପ୍ରିୟ ଅଭିନେତା ତଥା ନେତା ଶେଖର ସୁମନ । ତେବେ ଆଗାମୀ ଦିନରେ ଶେଖର ସୁମନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ବିଜେପିରେ ମିଶିଲା ପରେ ଶେଖର କହିଛନ୍ତି ଯେ, ‘ମୁଁ ଗତକାଲି ପର୍ଯ୍ୟନ୍ତ ଜାଣିନଥିଲି ଯେ ଏହି ପଦକ୍ଷେପ ନେବି ବୋଲି । ଜୀବନରେ ଅନେକ ଜିନିଷ ଜାଣତ-ଅଜାଣତରେ ହୋଇଥାଏ । ମୁଁ ସକାରତ୍ମକ ଭାବନା ନେଇ ଏଠାକୁ ଆସିଛି । ଭଗବାନଙ୍କୁ ଧନ୍ୟବାଦ ଦେଉଛି ସେ ମୋତେ ଏପରି କରିବାକୁ ନିର୍ଦ୍ଦେଶ ଦେଲେ ଆଉ ବିଜେପି ସହିତ ମିଶିଲି’ ।

ଶେଖର ସୁମନ ୨୦୦୯ ମସିହାରେ ଶତୃଘ୍ନ ସିହ୍ନାଙ୍କ ବିରୋଧରେ ପାଟନା ସାହିବରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ପରାଜୟ ହାସିଲ କରିଥିଲେ ।

Leave A Reply

Your email address will not be published.