ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୁନ୍ ୧ ତଥା ଆଜି ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି । ଖରା ଯୋଗୁଁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ଥିବାବେଳେ, ଆଜି ପୁଣି ଥରେ ଆରମ୍ଭ ହୋଇଛି । ଆଜି ୧୮ ତମ ଅଭିଯୋଗ ଶୁଣାଣି ହୋଇଥିଲା । ଯେଉଁଥିରେ ୬୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି ।
ଏହା ପୂର୍ବରୁ ୧୬ ହଜାର ୬୦୦ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିରୁ ୧୪ ହଜାର ୪୬ଟି ଅଭିଯୋଗର ସମାଧାନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାୟ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ।
ସେହିପରି ସାରା ରାଜ୍ୟରେ ଜିଲ୍ଲାସ୍ତରରେ ଏପ୍ରିଲ ମାସ ସୁଦ୍ଧା ୨ ଲକ୍ଷ ୩୯ ହଜାର ୯୩୩ ଟି ଅଭିଯୋଗ ହୋଇଥିଲା । ସେଥିରୁ ୨ ଲକ୍ଷ ୩୧ହଜାର ୨୪୦ ଟି ଅଭିଯୋଗର ସମାଧାନ ହୋଇଛି ।