Latest Odisha News

BREAKING NEWS

ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ କୋଭିଡ-୧୯ ସହାୟତା ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି । କରୋନା ମହାମାରୀ ସମୟରେ ଗ୍ରାମୀଣ ଅର୍ଥନୀତିର ପୁରରୁଦ୍ଧାର  ନିମନ୍ତେ ମୁଖ୍ୟମନ୍ତ୍ରୀ  କୋଭିଡ-୧୯ ସହାୟତା ପ୍ୟାକେଜକୁ  ଅନୁମୋଦନ କରିଛନ୍ତି । ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ଋଣ ଦିଆଯିବ।

ଗାଁ ଗଣ୍ଡାରେ ରହୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀ ଫେରନ୍ତା ଜୀବିକା ବିକାଶ କରିବା ନିମନ୍ତେ ୪ ପ୍ରକାରର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ବ୍ୟବସ୍ଥା କରାଯାଇଛି । ଏଥିରେ ବିଭିନ୍ନ ପ୍ରକାରର ଉଦ୍ୟୋଗ ପାଇଁ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କୁଶଳୀ ଓ ଅର୍ଦ୍ଧକୁଳଳୀ ପ୍ରବାସୀ ଫେରନ୍ତା , କୃଷି ଓ ଅଣ କୃଷିକ୍ଷେତ୍ରରେ କାମ କରୁଥିବା ଉତ୍ପାଦକ ତଥା ଉଦ୍ୟୋଗଗୋଷ୍ଠୀ ମାନେ ଉପକୃତ ହେବ ।

ପ୍ରଥମ ପ୍ୟାକେଜରେ ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ଯାଏଁ ଏକକାଳୀନ ଋଣ ପ୍ରଦାନ କରାଯିବ । ସେହିଭଳି କୃଷି ଓ ଅଣକୃଷିକ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀ ଓ ଉତ୍ପାଦନ ଗୋଷ୍ଠୀକୁ ଏକକାଳୀନ ଦେଢଲକ୍ଷ ଟଙ୍କା ଯାଏଁ ୠଣ ପ୍ରଦାନ କରାଯିବ ।

ଅତିଗରିବ ଓ ଅସହାୟ ପରିବାରଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକାର ଉନ୍ନତି ନିମନ୍ତେ ୨୦ ହଜାର ଟଙ୍କା ଯାଏଁ ଋଣ ପ୍ରଦାନ । ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀଙ୍କ ଦ୍ୱାରା ପୁରୁଣା ଉଦ୍ୟୋଗର ବିକାଶ ଓ ନୂଆ ଉଦ୍ୟୋଗର ଆରମ୍ଭ ପାଇଁ ଲ କ୍ଷେ ଟଙ୍କା ଯାଏଁ ଋଣ ପ୍ରଦାନ ବ୍ୟବସ୍ଥା ହୋଇଛି ।

Leave A Reply

Your email address will not be published.