Latest Odisha News

ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା । ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ । ଏହାର ନାମ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫ଶହ ସ୍କୁଲ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାତୟରେ ଖୋଲିବ ଏହି ସ୍କୁଲ । ଏନେଇ ବଜେଟରେ ବ୍ୟବସ୍ଥା ହୋଇଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ ସମୟରେ ସରକାରୀ ସ୍କୁଲରେ ପିଲା ସଂଖ୍ୟା କମୁଥିବାରୁ ସ୍କୁଲରେ ଏମିତି ବ୍ୟବସ୍ଥା କରାଯିବ ଯେମିତି ପିଲାମାନେ ଘରୋଇ ସ୍କୁଲକୁ ନଯାଇ ସମସ୍ତେ ଏହି ସ୍କୁଲକୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ ।

ଶିକ୍ଷା ବ୍ୟବସ୍ଥା ହେଉଛି ତ୍ରିଭୁଜ ସଦୃଶ । ତ୍ରିଭୁଜର ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ହେଉଛନ୍ତି ଶିକ୍ଷା ବ୍ୟବସ୍ଥା ତ୍ରିଭୁଜର ତିନି ବାହୁ । ତିନି ବାହୁ ଏକାଠି କାର୍ଯ୍ୟ କଲେ ଶିଷ୍ୟର ଜୀବନ ସୁସଂଗଠିତ ହେବ । ଏହା ଦ୍ବାରା ବିକଶିତ ସମାଜ ଗଠନ ଧାରା ଉନ୍ନତ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.