ବ୍ରହ୍ମପୁର: ବ୍ରହ୍ମପୁର ମହିଳା ଥାନା ପରିସରରେ ଶିଶୁ ଅନୁକୁଳ ଥାନା ଗୃହ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍, ଅତିରିକ୍ତ ଏସ୍ପି ଅସୀମ ପଣ୍ଡା ଏବଂ ରମେଶ ସେଠୀ, ବ୍ରହ୍ମପୁର ଟାଉନ ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ବାଳଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ। ମହିଳା ଥାନାରେ ଶିଶୁମାନଙ୍କୁ ଏକ ଅନୁକୂଳ ପରିବେଶ ପ୍ରଦାନ ଉଦ୍ଧେଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି। ଅଭିଯୋଗକାରୀ କିମ୍ବା ପୀଡ଼ିତଙ୍କ ସାଥୀରେ ଥାନାକୁ ଆସୁଥିବା ଶିଶୁଙ୍କୁ ଏଠାରେ ରଖାଯିବ। ବିନା ଭୟରେ ଶିଶୁଟିଏ ଯେମିତି ଶାନ୍ତିରେ ରହିପାରିବ, ତାହାର ବ୍ୟବସ୍ଥା କରାଯାଇଛି। ଏଠାରେ ବିଶ୍ରାମ ସ୍ଥାନ, ସ୍ବତନ୍ତ୍ର ପରିଶ୍ରାଗାର, ଦୁଗ୍ଧପାନ ସ୍ଥାନ, ଖେଳଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ରଖାଯାଇଛି। କାନ୍ଥବାଡ଼ରେ ମଧ୍ୟ ଭଳିକି ଭଳି ଚିତ୍ର ଅଙ୍କନ ହୋଇଛି। ଶିଶୁଙ୍କ ମାନସିକ ସ୍ଥିତିକୁ ବୁଝି ଥାନାକୁ ରୂପରଙ୍ଗ ଦିଆଯାଇଛି ବୋଲି ଏସ୍ପି ସର୍ବଣା ବିବେକ ଏମ୍ ପ୍ରକାଶ କରିଛନ୍ତି। ଏହି ଅବସରରେ ଆଇଜି ଭୋଇ ୱାନଷ୍ଟପ ସେଣ୍ଟର, ଶିଶୁ ମଙ୍ଗଳ କମିଟି, ଚାଇଲଡ ଲାଇନ କର୍ମଚାରୀଙ୍କ ସହିତ ଥାନା ସଂପର୍କରେ ଆଲୋଚନା କରିଥିଲେ।
BREAKING NEWS
- ଥାଳିରୁ ଦୂରେଇ ଯାଉଛି ଡାଲି:ବର୍ଷକରେ ୧୯ ପ୍ରତିଶତ ମହଙ୍ଗା ହେଲା ହରଡ଼ ଡାଲି
- ୪ ଶିଶୁଙ୍କୁ ନୂଆ ଜୀବନ ଦେଇ ଚାଲିଗଲେ ଆସମତି;ଗାଁରେ ଶୋକ ସହ ପ୍ରଶଂସାର ସ୍ୱର
- ନକ୍ସଲ ସଂଗଠନକୁ ବଡ଼ ଝଟକା; କମାଣ୍ଡର ଚନ୍ଦରଙ୍କ ସମେତ ୫ନକ୍ସଲଙ୍କ ଆତ୍ମସମର୍ପଣ
- ସୟଦ ମୋଦୀ ଇଣ୍ଟରନ୍ୟାସନାଲ: ଫାଇନାଲରେ ଥାଇଲାଣ୍ଡର ସୁପାନିଡାଙ୍କଠାରୁ ହାରିଲେ ତନ୍ଭୀ
- ସୁନା ଖୋଜୁଥିବା ବ୍ୟକ୍ତିଙ୍କୁ ମିଳିଲା ୧୭ କିଲୋର ରହସ୍ୟମୟ ପଥର
- ଅପହରଣ ଘଟଣାରେ ପୋଲିସକୁ ବଡ଼ ସଫଳତା; ଅଳ୍ପ ଘଣ୍ଟା ମଧ୍ୟରେ ଯୁବତୀ ହେଲେ ଉଦ୍ଧାର
- Shami Meets BJP Chief:ରାଜନୀତି ଫିଲ୍ଡରେ ଡେବ୍ୟୁ କରିବେ କି ସାମି?ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କୁ ଭେଟିଲେ
- ସମୁଦ୍ରରେ ଲୁଚି ମାଛ ଧରୁଥିବା ଜାହାଜର ପର୍ଦ୍ଦାଫାସ କରିବେ ସାମୁଦ୍ରିକ ପକ୍ଷୀ
- Kataka Ganesh Ghat Murder Case:ଗଣେଶଘାଟ ହତ୍ୟାକାଣ୍ଡ:ଗିରଫଦାରୀ ସଂଖ୍ୟା ୩୨କୁ ବୃଦ୍ଧି,ସିସିଟିଭି ଫୁଟେଜ୍ ଚାଲିଛି ଯାଞ୍ଚ
- ଅନ୍ଧାର ରାତି ପରେ ସକାଳ ହୁଏ’: ଭାରତୀୟ ଦଳକୁ ଫେରିବା ଆଶା ଛାଡ଼ି ନାହାନ୍ତି ସୂର୍ୟ୍ୟକୁମାର
Comments are closed.