Latest Odisha News

BREAKING NEWS

ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ଶିଶୁ ପୁତ୍ରକୁ କିଣିଥିବା ଶ୍ରୀନିବାସ ଜେନାକୁ ନୟାଗଡରୁ ଗିରଫ କରିଛି ପୋଲିସ । ଶିଶୁପୁତ୍ରଙ୍କ ମା ଅଭିଯୋଗ କରିବା ପରେ ଗିରଫ କଲା ପୋଲିସ । ତେବେ ଶିଶୁକୁ ବିକ୍ରି କରିଥିବା ବାପା ଏବେ ଫେରାର ଅଛି ।

ପୋଲିଓ ଟିକା ଦେବାକୁ ନେଇ ଦୁଇ ବର୍ଷ ତଳେ ବିକିଥିଲା ସୈତାନ ବାପା । ଏ ନେଇ ଶିଶୁର ମା’ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତନାଘନା କରିଥିଲା ପୋଲିସ । ଅଭିଯୁକ୍ତ ବାପା ତପନ ପଲେଇକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.