Latest Odisha News

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ଆଜି ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ କରାଯିବ  । ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା  ।  ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି  । ପୁଅ ହେଲା ବୋଲି ତାଙ୍କୁ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଥିଲା  ।  ମାତ୍ର ଫଟୋ ଉଠାଇବାବେଳେ ସେ ଝିଅ ହୋଇଥିବା ଦେଖିଥିଲେ । ଡିଏନଏ ଟେଷ୍ଟ ହେଉ, ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ମାଆ ଓ ଛୁଆଙ୍କୁ ନେବିନି ବୋଲି ସେହି ବ୍ୟକ୍ତି ଜଣଙ୍କ କହିଥିଲେ  ।

ହସ୍ପିଟାଲ ନିର୍ଦ୍ଦେଶକଙ୍କ ନିକଟରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ  ।  ଅଭିଯୋଗକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ  । ଶେଷରେ କ୍ୟାପିଟାଲ ଥାନା ପକ୍ଷରୁ ଡିଏନଏ ପରୀକ୍ଷା ପାଇଁ କୋର୍ଟଙ୍କ  ଅନୁମତି ଲୋଡିଥିଲା  ଥାନା ପୋଲିସ  । ଏଥିପାଇଁ ଭୁବନେଶ୍ବର କୋର୍ଟ ଡିଏନଏ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲେ  । ଆଜି ମାଆ ଏବଂ ଶିଶୁର ଡିଏନଏ ପରୀକ୍ଷା କରାଯିବ  । ସେପଟେ ଘଟଣାରେ ଗାଇନିଂ ଓ୍ବାର୍ଡର ଜଣେ ମହିଳା ଆଟେଣ୍ଡାଣ୍ଟଙ୍କୁ  ନିଲମ୍ବିତ କରାଯାଇଥିଲା । ଦାୟିତ୍ବରେ ଅବହେଳା ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ସସ୍‌ପେଣ୍ଡ କରିଥିଲେ ।

Comments are closed.