Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆକାଶରେ ‘ଏଲିୟନ୍ସ’ଙ୍କ ପିଛା କରିଥିଲା ସେନାର ଯୁଦ୍ଧ ବିମାନ

ନୂଆଦିଲ୍ଲୀ: କ’ଣ ସତରେ ଦୁନିଆରେ ଏଲିୟନ୍ସ ଅଛନ୍ତି ? ଅନେକ ଏଲିୟନ୍ସଙ୍କ ଉପସ୍ଥିତି ଦାବି କରୁଥିବା ବେଳେ ଅନେକ ଏହାକୁ କାଳ୍ପନିକ କୁହନ୍ତି । କିନ୍ତୁ ଥରେ ଏଲିୟନ୍ସଙ୍କ ପିଛା କରିଥିଲା ପାଞ୍ଚ ପାଞ୍ଚୋଟି ଲଢ଼ୁଆ ଯୁଦ୍ଧ ବିମାନ । ଯଦିଓ ଉଡ଼ୁଥିବା ସେହି ଅଜଣା ବସ୍ତୁ ଗୁଡ଼ିକ କ’ଣ ଜଣାନଥିଲା ତଥାପି ତା’କୁ ପିଛା କରିଥିଲା ସେନା । ସେହି ଅଜଣା ଜିନିଷ ଗୁଡ଼ିକ ପ୍ରାୟ ୩୦୦ ଫୁଟ୍ ଚଉଡ଼ାର ହୋଇଥିବା ବେଳେ ଘଣ୍ଟାପ୍ରତି ୧୮ ହଜାର କିଲୋମିଟର ବେଗରେ ଉଡ଼ୁଥିଲା ।

ସେଦିନ ଥିଲା ୧୯୮୬ ମସିହା ମେ ୧୯ । ଦିନ ସରି ସନ୍ଧ୍ୟା ମାଡ଼ି ଆସୁଥାଏ । ହଠାତ୍ ଆକାଶରେ ଅଜଣା ଜିନିଷ ଉଡ଼ୁଥିବା ଦେଖାଯାଇଥିଲା । ଆଉ ଯାହାର ପିଛା କରିଥିଲା ବ୍ରାଜିଲର ସେନା । ତେବେ ଦାବି ହେଉଛି ସେଦିନ ସନ୍ଧ୍ୟାରେ ସେହିଭଳି ୨୧ଟି ରହସ୍ୟମୟ ଚମତ୍କାର ବସ୍ତୁ ଆକାଶରେ ଦେଖା ଯାଇଥିଲା । ଯାହାକି ଆଖି ପିଛୁଳାକେ ଗାଏବ ହୋଇ ଯାଉଥିଲା ।

ରିପୋର୍ଟ ଅନୁସାରେ, ଉକ୍ତ ଅଜଣା ବସ୍ତୁର ପିଛା କରିଥିଲା ବାୟୁସେନା । ତେବେ ବିମାନ ପାଇଲଟଙ୍କ ଅନୁସାରେ, ଉଡ଼ୁଥିବା ଉକ୍ତ ଅଜଣା ବସ୍ତୁ ବିମାନ ରାଡାରରେ ଦେଖା ଯାଇ ନଥିଲା । ଭୟାନକ ଗତିରେ ଆଗକୁ ମାଡ଼ି ଚାଲିଥିଲା । ବିମାନ ସହ ଅଜଣା ବସ୍ତୁ ମୂଷା, ବିଲେଇ ପରି କିଛି ସମୟ ଆକାଶରେ ଖେଳି ଚାଲିଥିଲା । ଏହାକୁ ସେଦିନ ସେନାର ଯବାନଙ୍କ ସହ ଅନେକ ଲୋକ ଦେଖିଥିଲେ । ତେବେ ବାସ୍ତବରେ ତାହା କଣ ଥିଲା ? ତାହା ଏବେବି ସନ୍ଦେହ ଘେରରେ ।

ଏକାଧିକ ଘଣ୍ଟା, ସଂଖ୍ୟାଧିକ ଦେଖଣାହାରୀ ସହ ସେନା ଯାହା ସେଦିନ ରାତିରେ ଦେଖିଥିଲା ତାହା ଏବେବି ବିସ୍ମୟ । କେବଳ ବ୍ରାଜିଲ୍ କାହିଁକି ଏଭଳି ଅନେକ ଘଟଣା ଆମେରିକାରେ ମଧ୍ୟ ଘଟିଛି । କିନ୍ତୁ ବାସ୍ତବରେ ତାହା ଏଲିୟନ୍ସ ନା ଆଉ କିଛି ତା’ଉପରୁ ପରଦା ହଟିନି ।

Leave A Reply

Your email address will not be published.