Latest Odisha News

BREAKING NEWS

ଅର୍ଜୁନ କପୁରଙ୍କୁ ଗୋଟିଏ ଫିଲ୍ମରେ ରିଜେକ୍ଟ କରିଦେଇଥିଲେ ଆଦିତ୍ୟ ଚୋପ୍ରା

ଭୁବନେଶ୍ୱର: ନାଁ କରା ଅଭିନେତା ତଥା ସଫଳ ପ୍ରଯୋଜକ ବୋନି କପୁରଙ୍କ ପୁଅ ଅର୍ଜୁନ କପୁର ଥରେ ରିଜେକ୍ଟ ହୋଇଥିଲେ । ଅର୍ଜୁନଙ୍କ ଫଟୋ ଦେଖି ଆଦିତ୍ୟ ଚୋପ୍ରା ଥରକେ ହିଁ ମନା କରିଦେଇଥିଲେ । ଆଦିତ୍ୟ କହିଥିଲେ ଯେ, “ଇଏ ତ ହିରୋ ହେଇପାରିବନି, ୟାଙ୍କୁ ସହଯୋଗୀ ହିସାବରେ ନେଇପାରିବା ।”

ବଲିଉଡ଼ ହଙ୍ଗାମାର ଏକ ସାକ୍ଷାତକାରରେ ଏ କଥା କହିଛନ୍ତି ଅର୍ଜୁନ କପୁର । ଅନେକେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଯେ, ଲୋକପ୍ରିୟ ପ୍ରଯୋଜକଙ୍କ ପୁଅ ବି ରିଜେକ୍ଟ ହୋଇଥିଲେ । ଅର୍ଜୁନଙ୍କ ବାପା କେବଳ ପ୍ରଯୋଜକ ନୁହନ୍ତି ବରଂ ତାଙ୍କ ପୂରା ପରିବାର ବଲିଉଡରେ ଭଲ ଖାତିର ଅଛି । ହେଲେ ଅର୍ଜୁନଙ୍କୁ ତାଙ୍କ ପ୍ରଥମ ସିନେମା ପାଇଁ ଆଗେ ରିଜେକ୍ଟ ହେବାକୁ ପଡ଼ିଥିଲା ।

 

‘ଇଶକଯାଦେ’ ଫିଲ୍ମ ପାଇଁ ଆଦିତ୍ୟ ଚୋପ୍ରା ଏକ ଅଡିଶନ କରୁଥିଲେ । ଅର୍ଜୁନ ସେଥିରେ ଭାଗ ନେଇ ତାଙ୍କ ଫଟୋ ପଠାଇଥିଲେ । ଯାହାକୁ ଦେଖି ଆଦିତ୍ୟ ପ୍ରଥମ ନଜରରେ ହିଁ ମନା କରିଦେଇଥିଲେ । କହିଥିଲେ ଯେ, ଇଏ ହିରୋ ହେବାକୁ ଫିଟ୍ ନୁହେଁ । ବରଂ ସପୋର୍ଟ କ୍ୟାରେକ୍ଟର ଦେଇପାରିବା ।

ଏହା ପରେ କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ଅଧୀନରେ ଟ୍ରେନିଂ ନେଇଥିଲେ ଅର୍ଜୁନ । ସେଠାରେ ଆବଶ୍ୟକ ଦକ୍ଷତା ବଢ଼େଇ ପୁନଶ୍ଚ ଅଡିଶନ ଦେଇଥିଲେ ଅର୍ଜୁନ । ପରେ ଆଦିତ୍ୟ ଅର୍ଜୁନଙ୍କ ବିନା ଏଡିଟ୍ ହୋଇଥିବା ଭିଡିଓ ଦେଖି ପସନ୍ଦ କରିଥିଲେ ଏବଂ ‘ଇଶକଯାଦେ’ରେ ତାଙ୍କୁ ସୁଯୋଗ ଦେଇଥିଲେ ।

Leave A Reply

Your email address will not be published.