Latest Odisha News

BREAKING NEWS

ବିଦେଶୀ ଦେଶ ସହ ହୋଇଥିବା ଚୁକ୍ତିନାମାକୁ ବାତିଲ କରିବାକୁ ଅଷ୍ଟ୍ରେଲିଆ ସଂସଦରେ ବିଲ୍ ପାସ୍; ଚୀନ-ଅଷ୍ଟ୍ରେଲିଆ ମଧ୍ୟରେ ବଢିପାରେ ଉତ୍ତେଜନା

ନୂଆଦିଲ୍ଲୀ: ମଙ୍ଗଳବାର ଅଷ୍ଟ୍ରେଲିଆ ସଂସଦରେ ଏକ ବିଲ୍ ପାରିତ ହୋଇଛି ଯେଉଁଥିରେ ବୈଦେଶିକ ନୀତି ଦର୍ଶାଇ ବିଦେଶୀ ଦେଶ ସହ ଚୁକ୍ତିନାମା ବାତିଲ ହୋଇପାରିବ। ଏହା ଅଷ୍ଟ୍ରେଲିଆ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢାଇପାରେ ବୋଲି କୁହାଯାଉଛି। ଚୀନ୍ ପୂର୍ବରୁ ଚେତାବନୀ ଦେଇଥିଲା ଯେ ଏହି ନିୟମ ଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଖରାପ ହୋଇପାରେ। ଏହି ନୂତନ ନିୟମ ଅନୁଯାୟୀ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ଅନ୍ୟ ଦେଶ ତଥା ଉପ-ଜାତୀୟ ସଂସ୍ଥା ଯେପରିକି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ, ସ୍ଥାନୀୟ ପରିଷଦ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ବାତିଲ କରିବାକୁ ସମର୍ଥ ହେବେ ବୋଲି କୁହାଯାଉଛି।

ବୈଦେଶିକ ମନ୍ତ୍ରୀ ମୋରିସ୍ ପାୟନ୍‌ କହିଛନ୍ତି ଯେ ଏହି ଚୁକ୍ତିନାମା ଅଷ୍ଟ୍ରେଲିଆର ବୈଦେଶିକ ନୀତି ସହିତ ମେଳ ଖାଉଛି। ଏହି ନୂତନ ନିୟମ ଅଷ୍ଟ୍ରେଲିଆ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

 

Leave A Reply

Your email address will not be published.