Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ବଲିଉଡ୍‌ କୋରିଓଗ୍ରାଫର୍‌

ନୂଆଦିଲ୍ଲୀ: ଖୁବ୍‌ ଶିଘ୍ର ବାହା ହେବେ ଆକ୍ଟର ତଥା କୋରିଓଗ୍ରାଫର୍‌ ପୁନିତ ପାଠକ। କୋରିଓଗ୍ରାଫର, ଆକ୍ଟର ଏବଂ ଖତ୍‌ରୋ ଖେଳାଳି ସିଜନ୍‌ ୯ର ବିଜେତା ପୁନିତ୍‌ ପଠକ ୧୧ ଡିସେମ୍ବର ୨୦୨୦ ରେ ତାଙ୍କ ପ୍ରେମିକା ନିଧିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ଅଗଷ୍ଟ ମାସରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା। ଏହି ସମୟର ଅନେକ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ପୁନିତ ନିଜେ ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ତାଙ୍କ ବିବାହ ବିଷୟରେ ସୂଚନା ଦେଇଛନ୍ତି। ସେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଏକ ତାରିଖ ଲେଖାଯାଇଛି। ସେ ତାଙ୍କ ଛବି ସହିତ ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି। ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେମାନେ ୨ ଦିନ ପରେ ଅର୍ଥାତ୍‌ ୧୧ ଡିସେମ୍ବର ୨୦୨୦ରେ ବିବାହ କରିବାକୁ ଯାଉଛନ୍ତି।

Leave A Reply

Your email address will not be published.