Latest Odisha News

BREAKING NEWS

କରୋନା: ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ପ୍ରକୋପ । ଚୀନରୁ ଆସିଥିବା କରୋନା ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି । ଦେଶରେ ମଧ୍ୟ କରୋନା ମୁକାବିଲା ନେଇ ଯୁଦ୍ଧଭିତ୍ତି କ ସ୍ତରରେ ପ୍ରସ୍ତୁତି ଚାଲିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି ଏବଂ ୨ଟି କରୋନା ଜନିତ ମୃତ୍ୟୁ ସ୍ପଷ୍ଟ କରାଯାଇଛି ।

ଜମ୍ମୁକାଶ୍ମୀରରେ ୨, ପଞ୍ଜାବରେ ୧, ହରିୟାଣାରେ ୧୪, ରାଜସ୍ଥାନରେ ୪, ମହାରାଷ୍ଟ୍ରରେ ୩୧, କର୍ଣ୍ଣାଟକରେ ୬, କେରଳରେ ୨୨, ତାମିଲନାଡୁରେ ୧, ଆନ୍ଧ୍ର ପ୍ରଦେଶରେ ୧, ତେଲେଙ୍ଗାନାରେ ୩, ଉତ୍ତର ପ୍ରଦେଶରେ ୧୨, ଦିଲ୍ଲୀରେ ୭ ଓ ଲଦାଖରେ ୩ଟି ଆକ୍ରାନ୍ତ ମାମଲା ସ୍ପଷ୍ଟ କରାଯାଇଛି ।

କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେରଳରେ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମିତି ଉତ୍ତର ପ୍ରଦେଶରେ ୪, ଦିଲ୍ଲୀରେ ୨ଓ ତେଲେଙ୍ଗାନାରେ ୩ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.