Latest Odisha News

BREAKING NEWS

ଚୀନର ‘ଫକ୍ସକନ୍ ଆଇଫୋନ ସିଟି’ରେ ଲକଡାଉନ୍

ବେଜିଂ : ଚୀନରେ ପୁଣି ଲକଡାଉନ । ଝେଙ୍ଗଝୁସ୍ଥିତ ଫକ୍ସକନ୍ ଟେକ୍ନୋଲଜି ଗ୍ରୁପର ମୁଖ୍ୟ କାରଖାନା ଆଖପାଖରେ ଲକଡାଉନ ଜାରି କରିଛି ସ୍ଥାନୀୟ ପ୍ରଶାସନ । ଯାହା ‘ଫକ୍ସକନ ଆଇଫୋନ ସିଟି’ ପ୍ଲାଣ୍ଟ ନାମରେ ପରିଚିତ । ଏହି କାରଖାନାଟି ବିଶ୍ୱର ସର୍ବବୃହତ୍ ଆଇଫୋନ୍ ଫ୍ୟାକ୍ଟ୍ରି । ନଭେମ୍ୱର ୯ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ଲକଡାଉନ ଲାଗୁ କରିବା ନେଇ ସ୍ଥାନୀୟ ପ୍ରଶାସନ ଉଇ ଚାଟ୍ ସୋସିଆଲ ମିଡିଆରେ ସୂଚନା ଦେଇଛି ।

ବେଜିଂରେ ଜିରୋ କୋଭିଡ୍ ଆପ୍ରୋଚ୍ କଡ଼ାକଡ଼ି କରାଯାଇଛି । ଏହି କଟକଣା ଲାଗୁ ହେବାରୁ ଫକ୍ସକନ୍ କମ୍ପାନୀର ଉତ୍ପାଦନ ଓ ରପ୍ତାନୀ ଉପରେ ପ୍ରଭାବ ନିଶ୍ଚିତ ଭାବେ ପଡିବ । କମ୍ପାନୀରେ ସଂକ୍ରମିତ ସଂଖ୍ୟା ବଢିବାରୁ ଅନେକ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିଛି ।

Leave A Reply

Your email address will not be published.