Latest Odisha News

BREAKING NEWS

ଚୀନରେ ପ୍ରଥମ ଥର ମଣିଷ ଶରୀରରେ ବାର୍ଡ ଫ୍ଲୁର H10N3 ଷ୍ଟ୍ରେନ୍ ଚିହ୍ନଟ

ନୂଆଦିଲ୍ଲୀ: ଚୀନରୁ ଜନ୍ମ ନେଇଥିବା କରୋନା ମହାମାରୀ ସାରା ବିଶ୍ୱକୁ ଗ୍ରାସିଥିବା ବେଳେ ଏବେ ପ୍ରଥମ ଥର ଚୀନରେ ମଣିଷ ଦେହରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲ ଭୂତାଣୁ । ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଛି H10N3 ଷ୍ଟ୍ରେନ୍ । ଏନେଇ ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶର(NHC) ସୂଚନା ଦେଇଛନ୍ତି । ଜିଆଙ୍ଗସୁ ଅଞ୍ଚଳର ଝେଜିଆଙ୍ଗ ସହରରେ ରହୁଥିବା ବ୍ୟକ୍ତିଙ୍କ ପାଖରେ ବ୍ଲାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି ।

ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି, ମଣିଷ ଶରୀରରୁ ଚିହ୍ନଟ ଏହି H10N3 ଷ୍ଟ୍ରେନ୍ ସେତେଟା ଶକ୍ତିଶାଳୀ ନୁହେଁ । ଏହା ବ୍ୟାପକ ଭାବରେ ବିସ୍ତାର କରିବା ସମ୍ଭାବନା ବହୁତ କମ୍ । ଚୀନର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଏଣ୍ଡ ପ୍ରିଭେନସନ୍ (CDC) ସଂପୃକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନାର ଜିନୋମ୍ ସିକ୍ୱେନ୍ସିଂ ଗତ ସପ୍ତାହରେ କରିଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ତାଙ୍କ ପାଖରେ H10N3 ଷ୍ଟ୍ରେନ୍ ରହିଛି ।

ସଂପୃକ୍ତି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଉ କେହି ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସୂଚନା ଦେଇନି ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ । ପୂର୍ବରୁ ବିଶ୍ୱରେ ମଣିଷଙ୍କ ପାଖରୁ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇ ନଥିଲା ।

Leave A Reply

Your email address will not be published.