Latest Odisha News

BREAKING NEWS

କରୋନା ଭାଇରସ ନେଇ ଚୀନ ଡବ୍ଲ୍ୟୁଏଚଓ ଉପରେ ଚାପ ପକାଇଥିଲା : ସିଆଇଏ

ଓ୍ବାଶିଂଟନ: ଆମେରିକାର ସେଣ୍ଟ୍ରାଲ ଇନଭେଷ୍ଟିଗେଟିଂ ଏଜେନ୍ସି(ସିଆଇଏ) ମଙ୍ଗଳବାର ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛି । କରୋନା ଭାଇରସ ସମ୍ପର୍କୀତ ତଥ୍ୟ ଲୁଚାଇବା ପାଇଁ ଚୀନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଉପରେ ଚାପ ପକାଇଥିଲା ବୋଲି ସିଆଇଏ କହିଛି । ପୃଥିବୀରେ କରୋନା ସଂକ୍ରମଣ ବ୍ୟାପିବା ପଛରେ ଚୀନର ହାତ ରହିଛି । ଏହାପୂର୍ବରୁ ଜର୍ମାନୀର ଗୋଇନ୍ଦା ସଂସ୍ଥା ପକ୍ଷରୁ ମଧ୍ୟ ସମାନ ପ୍ରକାର ରିପୋର୍ଟ ପ୍ରକାଶ ପାଇଥିଲା ।

କରୋନା ସଂକ୍ରମଣର ପ୍ରାରମ୍ଭିକ ପ୍ରର‌୍ୟ୍ୟାୟରେ ଡବ୍ଲୁଏଚ୍‌ଓ ପକ୍ଷରୁ ସତର୍କ ସୂଚନା ପ୍ରକାଶ ପାଇଥିଲେ ହୁଏତ ପୃଥିବୀର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ି ନ ଥାନ୍ତା । କିନ୍ତୁ ଚୀନ ଏଭଳି ନ କରିବାକୁ ଡବ୍ଲ୍ୟୁଏଚ୍‌ଓ ଧମକ ଦେଇଥିବା ସିଆଇଏ କହିଛି ।  ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ବ୍ୟକ୍ତିଗତ ଭାବେ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେୟିସସ୍‌ଙ୍କୁ କରୋନା ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିବାରେ ବିଳମ୍ବ ଲାଗି କହିଥିଲେ । ତେବେ ଏଭଳି ଦାବିକୁ ପରବର୍ତ୍ତୀ ସମୟରେ ଡବ୍ଲୁଏଚ୍‌ଓ ପକ୍ଷରୁ ମିଥ୍ୟା ବୋଲି କୁହାଯାଇଥିଲା ।

Leave A Reply

Your email address will not be published.