Latest Odisha News

କିଲର କରୋନା ନେଲା ଜାପାନର ସୁମୋ ପହିଲମାନଙ୍କ ଜୀବନ

ଟୋକିଓ: କିଲର କରୋନା୨୮ ବର୍ଷ ବୟସ୍କ ଜାପାନର ସୁମୋ ପହିଲମାନ ସୋବୁଶିଙ୍କଙ୍କ ଜୀବନ ନେଇଛି । କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏବଂ ଏକାଧିକ ଅଙ୍ଗ କାର‌୍ୟ୍ୟକ୍ଷମ ନହେବାରୁ ବୁଧବାର ତାଙ୍କର ମୃତ୍ୟୁ ଘଟିଛି । ଟୋକିଓର ଟାକାଦାଗାୱା ଦଳର ସମ୍ପୃକ୍ତ ପହିଲମାନ ଏକ ମାସ ଧରି ଏହି ରୋଗ ସହ ଲଢିବା ପରେ ବୁଧବାର ସକାଳେ ଦେହାନ୍ତ ହୋଇଛି ।

BjdElectrycity

ଜାପାନ ସୁମୋ ଆସୋସିଏସନ କହିଛି ଯେ ଏପ୍ରିଲ ୪-୫ରେ ଏହି ପହିଲମାନଙ୍କୁ ଜ୍ୱର ହୋଇଥିଲା, କିନ୍ତୁ ଫୋନ୍ ବ୍ୟସ୍ତ ଥିବାରୁ ସେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିଲା ନାହିଁ । କେବଳ ଏତିକି ନୁହେଁ ଅନେକ ଡାକ୍ତରଖାନା ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେଇଥିଲେ । ଶେଷରେ ଯେତେବେଳେ ତାଙ୍କର କାଶରେ ରକ୍ତ ପଡିବାକୁ ଲାଗିଲା, ସେତେବେଳେ ତାଙ୍କୁ ଏପ୍ରିଲ ୮ରେ ଟୋକିଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ଭୂତାଣୁ ପାଇଁ ତାଙ୍କର ପ୍ରାରମ୍ଭିକ ପରୀକ୍ଷା ନେଗେଟିଭ୍ ଥିଲା, କିନ୍ତୁ ଯେତେବେଳେ ତାଙ୍କୁ ଅନ୍ୟ ଡାକ୍ତରଖାନା ନିଆଯାଇଥିଲା, ଏପ୍ରିଲ୍ ୧୦ରେ, ତାଙ୍କର ନମୁନା ପଜିଟିଭ୍ ଆସିଥିଲା ।

Leave A Reply

Your email address will not be published.