ଜେରୁସେଲମ: ଇସ୍ରାଏଲରେ ଚୀନ୍ ରାଷ୍ଟ୍ରଦୂତ ଡୁ ୱେଇଙ୍କ ସନ୍ଦେହଜନକ ଭବେ ମୃତ୍ୟୁ ହୋଇଛି । ରବିବାର ଦିନ ତେଲ ଅବିବ ସ୍ଥିତ ବନ୍ଦ ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏନେଇ ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।
ଇସ୍ରାଏଲ ଗଣମାଧ୍ୟମର ସୂଚନାନୁସାରେ, ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏବେସୁଦ୍ଧା ସେ କେଉଁ କାରଣରୁ ପ୍ରାଣ ହରାଇଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।
ରିପୋର୍ଟ ଅନୁସାରେ, ୫୮ବର୍ଷୀୟ ଓ୍ୱେଇଙ୍କ ମୃତଦେହ ଖଟ ଉପରେ ପଡିଥିବା ଦେଖିବାକୁ ମିଳିଥିଲା । ଶୋଇଥିବା ଅବସ୍ଥାରେ ସେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି । ପ୍ରଥମେ ତାଙ୍କର ଜଣେ କର୍ମଚାରୀ ହିଁ ତାଙ୍କ ମୃତଦେହ ଦେଖିଥିଲେ । ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନାହିଁ । ହୃଦଘାତରୁ ସେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ଚଳିତ ବର୍ଷ ଫେବୃଆରୀରେ ଡୁ ୱେଇ ଚୀନ ରାଷ୍ଟ୍ରଦୂତ ଭାବେ ଇସ୍ରାଏଲରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ୟୁକ୍ରେନରେ ଚୀନ ରାଷ୍ଟ୍ରଦୂତ ଭାବେ ସେ ନିଯୁକ୍ତ ହୋଇଥିଲେ।
Comments are closed.