Latest Odisha News

BREAKING NEWS

ରାଷ୍ଟ୍ରପତି ଭବନରେ ପଶିଲା କରୋନା, ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରି ଚାଲିିଛି କରୋନା । ଏବେ କରୋନାର ପାଦ ରାଷ୍ଟ୍ରପତି ଭବନରେ ପଡିଛି । ରାଷ୍ଟ୍ରପତି ଭବନରେ ନିଯୁକ୍ତି ପାଇଥିବା ଜଣେ ଆସିଷ୍ଟାଣ୍ଟ କମିଶନର ଅଫ ପୁଲିସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ରାଷ୍ଟ୍ରପତି ଭବନରେ ମୁତୟନ ହୋଇଥିବା ଅଧିକାଂଶ ପୁଲିସ କର୍ମଚାରୀ ଓ ଅନେକ ଷ୍ଟାଫଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି। ରାଷ୍ଟ୍ରପତି ଭବନ ବିଲ୍ଡିଂରେ ବରିଷ୍ଠ ଅଧିକାରୀଙ୍କ କାର‌୍ୟ୍ୟାଳୟ ରହିଛି ।

ସୂଚନାଅନୁସାରେ ଗଲା ମାସରେ ରାଷ୍ଟ୍ରପତି ଭବନରେ କାର‌୍ୟ୍ୟ କରୁଥିବା ଜଣେ କର୍ମଚାରୀଙ୍କ କରୋନା ପଜିଟିଭ ରିପୋର୍ଟ ଆସିବା ପରେ ରାଷ୍ଟ୍ରପତି ଭବନ କମ୍ପ୍ଲେକ୍ସ ପରିସରରେ ରହୁଥିବା ୧୧୫ଟି ପରିବାରର ସଦସ୍ୟଙ୍କୁ ସେଲଫ ଆଇସୋଲେସନରେ ରହିବା ପାଇଁ କୁହାଯାଇଥିଲା।

Leave A Reply

Your email address will not be published.