Latest Odisha News

BREAKING NEWS

ପୂର୍ବ ଲଦାଖ ସୀମାରୁ ସେନା ହଟାଇବା ଚୀନ ପ୍ରସ୍ତାବକୁ ଖାରଜ କଲା ଭାରତ

ନୂଆଦିଲ୍ଲୀ:ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର କରିବା ପାଇଁ ଚୀନ ବୁଧବାର ଭାରତକୁ ପ୍ରସ୍ତାବ ଦେଇଥିଲା । ତେବେ ଭାରତ ସରକାର ଏହାକୁ ଖାରଜ କରିଦେଇଛନ୍ତି । ବର୍ତମାନ ପରିସ୍ଥିତିରେ ଏହା ସମ୍ଭବପର ନୁହେଁ ବୋଲି କୁହାଯାଇଛି । ଭାରତୀୟ ସେନା ଫିଙ୍ଗର ୮ରୁ ଫିଙ୍ଗର ୧ ପାଖକୁ ଘୁଂଚିଯାଉ । ବାକି ଅଂଚଳଗୁଡିକୁ ନୋ ମ୍ୟାନ୍ସ ଲ୍ୟାଣ୍ଡ ବୋଲି ଘୋଷଣା କରିବାକୁ ଚୀନ ପ୍ରସ୍ତାବ ଦେଇଥିଲା । ଚୀନ ସେନା ଏପ୍ରିଲ ୨୦୨୦ ସ୍ଥିତିକୁ ଫେରିଯାଉ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ।

ଏବେ ଉଭୟ ଦେଶର ସେନା ଫିଙ୍ଗର ୪ ଅଂଚଳରେ ମୁହାଁମୁହିଁ ହୋଇ ରହିଛନ୍ତି । ଚୀନକୁ କୌଣସି କ୍ଷେତ୍ରରେ ଭାରତ ବିଶ୍ୱାସ କରିବା ସ୍ଥିତିରେ ନାହିଁ । ଏହି ଅବସରରେ ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରାୱାଣେ ପୂର୍ବ ଲଦାଖ ଅଂଚଳ ଗସ୍ତରେ ସ୍ଥିତି ସମୀକ୍ଷା କରିଛନ୍ତି ।

Leave A Reply

Your email address will not be published.