Latest Odisha News

BREAKING NEWS

ସେନାଙ୍କ ଉପରେ କରୋନା ଭ୍ୟାକ୍ସିନ ପରୀକ୍ଷଣ କଲା ଚୀନ !

ବେଜିଂ: କରୋନା ଭ୍ୟାକ୍ସିନ ଦୌଡରେ ରୁଷିଆ ଆଗରେ ରହିଛି । ଚୀନ ମଧ୍ୟ ଏଥିରେ ପଛରେ ରହି ଯାଇ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଚୀନ ଏହି ଟୀକା ପିପୁଲ୍ସ ଲିବେରଶନ ଆର୍ମିର ସେନାଙ୍କୁ ଦେଇଛି । ଏହାର ସତ୍ୟତା ଜଣା ନ ଥିଲେ ମଧ୍ୟ ଫାଇନାନ୍ସିଆଲ ଟାଇମ୍ସରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

ତୃତୀୟ ପରୀକ୍ଷଣ ପୂର୍ବରୁ ଚୀନ ମାସ୍ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ଆରମ୍ଭ କରିଛି । ଯାହାକୁ ବିଭନ୍ନ ମହଲରେ ସମାଲୋଚନା କରାଯାଉଛି । ପୂର୍ବରୁ ମଧ୍ୟ ଚୀନ ତାର ଅନେକ ଗବେଷଣା ସେନାଙ୍କ ଉପରେ କରିଛି । ଉହାନରୁ କରୋନା ବ୍ୟାପିଥିବାରୁ ଏହି ଟୀକା ପ୍ରଥମେ ଚୀନ ବାହାର କରିବ ବୋଲି ଅନୁମାନ କରାଯାଉଥିଲା । ଅଧିକାଂଶ ଦେଶ ଟୀକା ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ଡାକ୍ତରଙ୍କୁ ଦେବେ ବୋଲି ସ୍ଥିର କରିଛନ୍ତି ।

Leave A Reply

Your email address will not be published.