Latest Odisha News

BREAKING NEWS

ରିୟାଙ୍କ ଫୋନ୍ ଓ ଲାପଟପ୍ ସିଜ୍ କଲା ଇଡି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇଡି ମନି ଲଣ୍ଡରିଂ କେସକୁ ନେଇ ଖୋଳତାଡ କରୁଛି ।

ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ ଇଡି ରିୟା ଓ ତାଙ୍କ ବାପା ଇନ୍ଦ୍ରଜିତ ଏବଂ ଭାଇ ସ୍ୱବିକ୍‌ଙ୍କୁ ଜେରା କରିବା ପରେ ସେମାନଙ୍କର ଲାପଟପ୍‌, ଆଇପଡ୍‌, ମୋବାଇଲ୍ ଫୋନ୍ ସିଜ୍ କରିଛି । ଯେଉଁଥିରୁ ଇଡି କିଛି ତଥ୍ୟ ପାଇବା ସହ ଟ୍ରାଞ୍ଜାକସନ୍ ସମ୍ପର୍କରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିବ ।

ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ । ଏପରିକି ରିୟା ସୁଶାନ୍ତଙ୍କ ୧୫ କୋଟି ଟଙ୍କା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ କରିଥିଲେ ।

ସୂଚନାଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ ।

ଅଧିକ ପଢନ୍ତୁ- ସୁଶାନ୍ତଙ୍କ ଶରୀର ହଳଦିଆ ପଡିଯାଇଥିଲା: ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ

ଅଧିକ ପଢନ୍ତୁ- ରିୟା ଚକ୍ରବର୍ତ୍ତୀଙ୍କ ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

Leave A Reply

Your email address will not be published.