Latest Odisha News

BREAKING NEWS

କରୋନା ବିରୋଧୀ ଲଢ଼େଇରେ ସାହାଯ୍ୟ ପାଇଁ ମୋଦିଙ୍କୁ ଜିନପିଙ୍ଗଙ୍କ ଚିଠି

ନୂଆଦିଲ୍ଲୀ: ଭୂତାଣୁ ବିରୋଧରେ ଭାରତ ଲଢ଼ୁଛି । ପ୍ରତିଦିନ ଦେଶରେ ନୂଆ ନୂଆ ରେକର୍ଡ କରୁଛି କରୋନା । ସପ୍ତାହେରୁ ଅଧିକ ଦିନ ହେଲାଣି ବିଶ୍ୱରେ ଦୈନିକ ସଂକ୍ରମଣ ମାମଲାରେ ଭାରତ ସଭା ଉପରେ ରହିଛି । ଭାରତର ଏଭଳି ଜରୁରୀକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାର୍ତ୍ତା ପଠାଇଛି ଚୀନ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମୋଦିଙ୍କୁ ଚିଠି ଲେଖିଛନ୍ତି । ଏନେଇ ଚୀନ୍ ରାଷ୍ଟ୍ରଦୂତ ସୁନ୍ ୱେଇଦୋଙ୍ଗ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ଗୁରୁବାର କହିଥିଲେ- କୋଭିଡ ବିରୋଧୀ ଯୁଦ୍ଧରେ ଭାରତକୁ ଚୀନ ଯଥାସମ୍ଭବ ସାହାଯ୍ୟ କରିବ । ଏଥିସହ ମହାମାରୀକୁ ମାତ୍ ଦେବା ପାଇଁ ଆବଶ୍ୟକ ସାମଗ୍ରୀ ଦ୍ରୁତଗତିରେ ଭାରତରେ ପହଞ୍ଚା ଯାଉଥିବା ସେ କହିଥିଲେ ।

ଏବେ ଜିନପିଙ୍ଗ ମୋଦିଙ୍କୁ ଲେଖିଥିବା ଚିଠିକୁ ଚୀନ ରାଷ୍ଟ୍ରଦୂତ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ଲେଖାଅଛି, କରୋନା ଭାଇରସ ମାନବ ଜାତିର ଶତ୍ରୁ ଅଟେ । ଏବଂ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଏକାଠି ହୋଇ ଏହାର ମୁକାବିଲା କରିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.