Latest Odisha News

BREAKING NEWS

କରୋନାରୁ ସୁସ୍ଥ ହେଲେ ଆଉ ୫୦୧୪ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଉପରମୁହାଁ ରହୁଥିବାରୁ ଭୟଭୀତ ହେଲେଣି ଲୋକେ । ଏହାରି ଭିତରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୫୦୧୪ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୯୭ ଜଣ ଥିବା ବେଳେ, ସୁନ୍ଦରଗଡ଼ରୁ ୫୧୨, ନବରଙ୍ଗପୁରରୁ ୪୦୫, ନୂଆପଡ଼ାରୁ ୩୩୯, ବରଗଡ଼ରୁ ୩୨୨, କଟକରୁ ୨୯୩, ପୁରୀରୁ ୨୮୫, ଝାରସୁଗୁଡ଼ାରୁ ୨୪୩, ବଲାଙ୍ଗିରରୁ ୨୨୪, ସମ୍ବଲପୁରରୁ ୧୭୨, ଯାଜପୁରରୁ ୧୪୭, କେନ୍ଦୁଝରରୁ ୧୪୦, ମୟୂରଭଞ୍ଜରୁ ୧୩୬ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି ବାଲେଶ୍ବରରୁ ୧୩୫ ଜଣ ସୁସ୍ଥ ହୋଇଥିବା ବେଳେ, ଗଞ୍ଜାମରୁ ୮୮, କଳାହାଣ୍ଡିରୁ ୭୮, ଭଦ୍ରକରୁ ୭୩, ନୟାଗଡ଼ରୁ ୭୦, ରାୟଗଡ଼ାରୁ ୬୬, ଗଜପତି ଓ ସୋନପୁରରୁ ୬୫ ଜଣ ଲେଖାଏଁ, ଅନୁଗୁଳରୁ ୬୧, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୪୮ ଜଣ ଲେଖାଏଁ, କନ୍ଧମାଳରୁ ୩୦, ଦେବଗଡ଼ରୁ ୨୨, ମାଲକାନଗିରିରୁ ୨୦, ଢେଙ୍କାନାଳରୁ ୧୬, ବୌଦ୍ଧରୁ ୧୦ ଓ ଷ୍ଟେଟ୍ ପୁଲରୁ ୧୪୫ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୩ ଲକ୍ଷ ୮୫ ହଜାର ୪୧୪ ଜଣ ଆକ୍ରାନ୍ତ ।

Leave A Reply

Your email address will not be published.