ରାୟଗଡ଼ା: ହଇଜା ପୁଣି ନେଲା ଆଉ ଗୋଟିଏ ଜୀବନ। ହଇଜାଜନିତ ମୃତ୍ୟୁ ସଂଖ୍ୟା ପହଁଚିଲା ୧୦ରେ । ମୃତକ ହେଲେ ଶଙ୍କରଡା ଗ୍ରାମର ଝାନୁ ମାଝୀ (୫୫)। ଗତ ଦୁଇ ଦିନ ଧରି ସେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଘରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ରାୟଗଡ଼ା ଜିଲ୍ଲା କାଶୀପୁରରେ ହଇଜାରେ ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ ଜଣେ ଆକ୍ରାନ୍ତଙ୍କ ପ୍ରାଣହାନିକୁ ନେଇ ପୁଣି ଭୟ ସୃଷ୍ଟି ହୋଇଛି । ଏବେ ମଧ୍ୟ ୩ଟି ଡାକ୍ତରଖାନାରେ କିଛି ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ କାଶିପୁର ବ୍ଲକର ୨୮ ପଞ୍ଚାୟତରୁ ୬ ପଞ୍ଚାୟତକୁ ବ୍ୟାପିଲାଣି ଏହି ମାରାତ୍ମକ ଭୂତାଣୁ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବ୍ୟାପୁଥିବା ବେଳେ ଗତ ଦୁଇଦିନରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ତେଣେ ଆକ୍ରାନ୍ତଙ୍କ ସଂଖ୍ୟା ଶତାଧିକ ବୋଲି କୁହାଯାଉଛି । ସେମାନଙ୍କ ମଧ୍ୟରୁ ୪୭ ମେଡ଼ିକାଲରେ, ୪୧ ଜଣଙ୍କ ଚିକିତ୍ସା ଘରେ ଗ୍ରାମାଞ୍ଚଳ ମେଡ଼ିକାଲ୍ ଟିମ୍ ଦ୍ବାରା ଚାଲିଛି।
BREAKING NEWS
- ଶିବାଜୀ ପାର୍କରେ ‘ଶାନ୍ତିପୂର୍ଣ୍ଣ ଆନ୍ଦୋଳନ’ ନାଁରେ ଆଇନର ଉଲ୍ଲଂଘନ? ୪ ଜଣଙ୍କ ବିରୋଧରେ ଶିବାଜୀ ପାର୍କ ଥାନାରେ ଫେରାଦ
- ସବୁ କ୍ଷେତ୍ରରେ ଫେଲ୍ ମାରିଛି ରାଜ୍ୟ ସରକାର: ଜନସମ୍ପର୍କ ପଦଯାତ୍ରାରେ ବିଜେପିକୁ ଟାର୍ଗେଟ୍ କଲେ ନବୀନ ପଟ୍ଟନାୟକ
- Habisyali Registration:ହବିଷ୍ୟାଳିଙ୍କ ପାଇଁ ଅକ୍ଟୋବର ୬ରୁ ଅନଲାଇନ ଆବେଦନ;ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା
- ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାଫିଲା ପାଇଁ ଅଟକିଲା ଆମ୍ବୁଲାନ୍ସ : ୪ ପୋଲିସ ସସପେଣ୍ଡ
- ChatGPT ‘Sir’: ଇଣ୍ଟରନେଟ୍ ପ୍ରେମରେ ୭୭ ବର୍ଷୀୟ ବୃଦ୍ଧ, ‘ସାର୍’ ବୋଲି କଲେ ସମ୍ବୋଧନ, ମନ କିଣିନେବ AI ସହ ତାଙ୍କ ବାର୍ତ୍ତାଳାପ…
- IITM ସହାୟତାରେ ରାଜ୍ୟରେ କମିବ ପ୍ରାକୃତିକ ବିପର୍ଯ୍ୟୟ ପ୍ରକୋପ
- Actress Nushrratt Injured: ଏୟାର ଆମ୍ବୁଲାନ୍ସରେ ବାଲିରୁ ଆସିବେ ମୁମ୍ବାଇ
- ଗୁଜରାଟରେ ୟୁନିଫର୍ମ ସିଭିଲ୍ କୋଡ୍କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
- Drishyam 3: ଥିଏଟରରେ ‘ଦୃଶ୍ୟମ୍ ୩’ର ଧମାକା, ଓପନିଂରେ ଅଜୟ ଦେବଗନଙ୍କ ନୂଆ ରେକର୍ଡ! ଫିଲ୍ମକୁ ନେଇ କ’ଣ କହୁଛନ୍ତି ଦର୍ଶକ?
- ପୂଜା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ପାଇବେ କ୍ଷତିପୂରଣ

Comments are closed.