Latest Odisha News

BREAKING NEWS

ଇଣ୍ଡିଆ ବ୍ଲକ୍ ନେତାଙ୍କୁ ଭେଟିବେନି ସିଜେଆଇ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଇଣ୍ଡିଆ ବ୍ଲକ୍ ନେତାମାନେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତଙ୍କ ସହ ସାକ୍ଷାତ ପାଇଁ ଅନୁରୋଧ କରିଥିଲେ। ସିଜେଆଇ ସାକ୍ଷାତ ପାଇଁ ସମୟ ନ ଦେବାକୁ ବିରୋଧୀ ମେଣ୍ଟର ନେତାମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରିଥିଲେ । ଏହା ଉପରେ ନିଜର ପକ୍ଷ ରଖିଛନ୍ତି ସିଜେଆଇ ।

ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ସେ ଗୋଟିଏ ଦିନ ପୂର୍ବରୁ ସାକ୍ଷାତ ପାଇଁ ଅନୁରୋଧ ପାଇଥିଲେ। ସେ ସେହି ରାତିରେ ହିଁ ଏହାର ଉତ୍ତର ଦେଇଥିଲେ, ତାଙ୍କୁ ସାକ୍ଷାତ ନ କରିପାରିବାର କାରଣ ସେଠାରେ କହିଛନ୍ତି ସଜେଆଇ। ମୁଁ ସେଥିରେ କିଛି କାରଣ ଦର୍ଶାଇ ଭେଟିବାକୁ ଅସମର୍ଥ ଜଣାଇଥିଲି।

ସିଜେଆଇ ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି। ଯେକୌଣସି ସାଧାରଣ ନାଗରିକ କିମ୍ବା ନିର୍ବାଚିତ ପ୍ରତିନିଧି କୋର୍ଟରେ ଆବେଦନ ଦାଖଲ କରିପାରିବେ। ସେ ସ୍ପଷ୍ଟ କରିଛନ୍ତି ଯେ, ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କୋର୍ଟକୁ ପ୍ରବେଶ କରିବାର ଅଧିକାର ଅଛି। କୋର୍ଟ ଲୋକଙ୍କ ଦୁଃଖ ଶୁଣିବେ ଏବଂ ଆଇନ ଅନୁଯାୟୀ ଯେକୌଣସି ସହାୟତା ଯୋଗାଇବେ। ତାଙ୍କ ମତରେ କୌଣସି ଭାରତୀୟ ନାଗରିକଙ୍କୁ କୋର୍ଟ ସମ୍ମୁଖରେ ନିଜର ମାମଲା ଉପସ୍ଥାପନ କରିବାର ଅଧିକାରରୁ ବଞ୍ଚିତ କରାଯିବା ଉଚିତ୍ ନୁହେଁ କହିଛନ୍ତି ସିଜେଆଇ।

ସିଜେଆଇଙ୍କ ଏହି ବକ୍ତବ୍ୟ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ସେ ବିରୋଧୀଙ୍କ ଅନୁରୋଧର ଉତ୍ତର ଦେଇଛନ୍ତି।

 

 

Leave A Reply

Your email address will not be published.