Latest Odisha News

BREAKING NEWS

ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ହାତାହାତି, ଆକ୍ରମଣରେ ୪ ଜଣ ଆହତ

ବାଲେଶ୍ୱର: ଡକାୟତଙ୍କ ସହ ଗାଁ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ହରିଡାପଡା ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଏହି ଘଟଣା । ଗାଁର ସୁଦାମ ଚରଣ ବାଉଲି ରାତିରେ ଘରକୁ ଫେରିବା ରାସ୍ତାରେ ପିତାକାଳିଆ ଛକ ନିକଟରେ ତାଙ୍କୁ ଅଟକାଇଥିଲେ କିଛି ଡକାୟତ ।

ଡକାୟତମାନେ ସୁଦାମଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କ ଚିତ୍କାର ଶୁଣି ଗାଁର କିଛି ଲୋକ ପହଞ୍ଚିବାରୁ ଡକାୟତମାନେ ସେମାନଙ୍କୁ ବି ଆକ୍ରମଣ କରିଥିଲେ । ପାଲଟା ଜବାବ ଦେଇଥିଲେ ଗାଁ ଲୋକ । ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା । ପୋଲିସ ପହଞ୍ଚି ଜଣେ ଡକାୟତକୁ କାବୁ କରିଥିଲା । ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.